ପଢିପାରନ୍ତି ବହି ଏବଂ ଫୋନରେ ଦେଖନ୍ତି ନିଜ ମନ ପସନ୍ଦର ଭିଡିଓ । କେରଳ ରାଜ୍ୟ କୋଚି ସହରର ଝିଅ ହାନା । ତାଙ୍କର ଏପରି ପ୍ରତିଭା ଦେଖି ଯେ କେହି ବି ଆଚମ୍ବିତ ହୋଇପାରେ । ନିଜର ଇଛାଶକ୍ତି ,ଦୃଢ ମନୋବଳ ତାଙ୍କୁ ସଫଳତାର ମଙ୍ଗ ଧରାଇଦେଇଛି । ତାଙ୍କର ଏପରି ସଫଳତାରେ ତାଙ୍କ ପରିବାର ଲୋକେ ବେଶ ଖୁସି ଅଛନ୍ତି ।
ହାନା କୁହନ୍ତି,ତାଙ୍କର ଏପରି ସଫଳତା ପଛରେ ତାଙ୍କ ବାପା,ମାଙ୍କର ପୂରା ସହଯୋଗ ରହିଛି । ଛୋଟବେଳୁ ତାଙ୍କୁ ସାଧାରଣ ପିଲାଙ୍କ ସ୍କୁଲରେ ପଢିବା ପାଇଁ ଛଡା ହେଇଥିଲା । ଯାହାଦ୍ଵାରା ଛୋଟବେଳୁ ସେ ସାଧାରଣ ଦୂନିଆ ଉପରେ ଅନେକ କିଛି ଜାଣିବାକୁ ପାଇଥଲେ । ଅନେକ ସମସ୍ୟା,ଅନେକ ପ୍ରତିବନ୍ଧକର ସାମ୍ନା କରିଥିଲେ ।
ଯାହା ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଇଥିଲା । ଖାଲି ସେତିକି ନୁହେଁ ,ସବୁଠୁ ଆଶ୍ଚଯ୍ୟ ର କଥା ହେଉଛି, ସେ ଜ୍ୟାମିତିର କୋଣ ଗୁଡିକ ମାନସିକ ରୁପେ କଳ୍ପନା କରି ଉତ୍ତର କହିପାରୁଥିଲେ । ଏଥିସହ ଗଣିତର ସମସ୍ୟା ଗୁଡିକ କ୍ୟାଲକୁଲେଟର ବ୍ୟବହାର ନକରି ନିଜେ ହିସାବ କରି କହିପାରୁଥିଲେ । ହାନା ଛୋଟବେଳୁ ଚିତ୍ର ମଧ୍ୟ କରନ୍ତି । ସେ କୁହନ୍ତି ତାଙ୍କ ବାପା ତାଙ୍କ ପାଇଁ ରଙ୍ଗତୁଳୀ ଆଣିଦିଅନ୍ତି,ଏବଂ ଅନ୍ୟମାନଙ୍କ ଭଳି ଚିତ୍ର କରିବାକୁ ଉତ୍ସାହିତ କରନ୍ତି । ଯାହାଦ୍ଵାରା ସେ ଚିତ୍ରକରିବା ପାଇଁ ଉତ୍ସାହିତ ହୁଅନ୍ତି ।ସେଥିପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଦେବାସହ ତାଙ୍କୁ ସପୋର୍ଟ କରିଥିବା ଲୋକମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ହାନାଙ୍କୁ ନେଇ ତାଙ୍କ ବାପା କୁହନ୍ତି ,ଛୋଟବେଳୁ ହାନାଙ୍କୁ ତାଙ୍କ ମା ବହୁତ ଉତ୍ସାହିତ କରନ୍ତି । ସେ ସଵୁବେଳେ ହାନାଙ୍କ ଇଛାଶକ୍ତିକୁ ଦୃଢ କରନ୍ତି । ଏଥିସହ ହାନା ମଧ୍ୟ ଛୋଟବେଳୁ ଅନେକ ସମସ୍ୟାର ସାମ୍ନା କରିଛି ,ଯାହା ତାର ସଫଳ ହେବାରେ ସାହାଯ୍ୟ କରିଛି । ତେବେ ହାନାଙ୍କର ଏପରି ପ୍ରତିଭା ଆଗାମୀ ପିଢିଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଯୋଗାଇବ ।
ଭାରତ ଖବର ଆହୁରି ପଢ଼ନ୍ତୁ ।