କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ବିଧାନସୌଧରେ ଭୋଟ୍ ଦେଇଛନ୍ତି । ମତଦାନ ଶେଷ ହେବା ପରେ ଆଜି ଅପରାହ୍ନ ୫ଟାରୁ ଭୋଟ୍ ଗଣନା ଆରମ୍ଭ ହେବ । ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ପୀୟୂଷ ଗୋୟଲ୍, କଂଗ୍ରେସ ପ୍ରାର୍ଥୀ ରଣଦୀପ ସୂର୍ଯ୍ୟେୱାଲା, ଜୟରାମ ରମେଶ ଏବଂ ମୁକୁଲ ୱାସ୍ନିକ ଏବଂ ଶିବସେନାର ସଞ୍ଜୟ ରାଉତ ।
ରାଜନୀତି ଖବର ଆହୁରି ପଢନ୍ତୁ ।
ରାଜ୍ୟସଭା ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ

ଅର୍ଗସ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ୪ଟି ରାଜ୍ୟର ୧୬ଟି ଆସନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ରାଜସ୍ଥାନ, ମହାରାଷ୍ଟ୍ର, ହରିୟାଣା ଏବଂ କର୍ଣ୍ଣାଟକ ରାଜ୍ୟର ୧୬ଟି ରାଜ୍ୟସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ଚାଲିଛି । ସକାଳ ୯ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ । ଭୋଟ୍ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ୍ ମୁମ୍ବାଇରେ ଥିବା ବିଧାନସଭାରେ ପହଞ୍ଚିଛନ୍ତି।
ରାସ୍ତାକଡକୁ ଖସିଲା ବସ୍, ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଅର୍ଗସ ବ୍ୟୁରୋ: ବାଘମାରି ସିମୋର ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍। ବସଟି ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତା କଡରେ ଖସି ପଡିଥିଲା। ଏଥିରେ 20ଯାତ୍ରୀ ଆହାତ ହୋଇଥିବା ବେଳେ 3 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଥିବ
Download Argus News App
