ଏବେ ୟୁରୋପରେ ହୁ ହୁ ହୋଇ ବଢିବାରେ ଲାଗିଛି ଏହି ରୋଗ। ଯେଉଁଠାରେ ପ୍ରଥମଥର ପାଇଁ ରେକର୍ଡ ସଂଖ୍ୟାରେ ମଙ୍କିପକ୍ସ ମାମଲା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୟୁରୋପରେ ୧୦୦ ପାଖାପାଖି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେଲେଣି ।
ବଢୁଥିବା ମଙ୍କିପକ୍ସ ମାମଲାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ଏକ ଜରୁରୀକାଳୀନ ବୈଠକ ଡକାଇଛି । ମଙ୍କିପକ୍ସକୁ ମହାମାରୀ ଭାବେ ଘୋଷଣା କରାଯିବାକୁ ନେଇ ଚର୍ଚ୍ଚା ହେଉଛି ।
ବର୍ତ୍ତମାନ ସୁଦ୍ଧା ମୋଟ ୯ଟି ଦେଶରେ ନିଜର ଅତଙ୍କ ସୃଷ୍ଟି କରିଛି ମଙ୍କିପକ୍ସ । ବେଲଜିୟମ, ଫ୍ୟାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ, ସ୍ପେନ୍, ସ୍ୱିଡନ୍ ଓ ବ୍ରିଟେନ୍ । ଏହା ବ୍ୟତୀତ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ବି ମଙ୍କିପକ୍ସର ବଢ଼ୁଥିବା ମାମଲା ଚିନ୍ତା ବଢ଼ାଇଛି ।
କିନ୍ତୁ ଏହି ବଢ଼ୁଥିବା ମାମଲାକୁ ଦେଖି ବିଶେଷଜ୍ଞଙ୍କ କହିବା କଥା , ଏହି ରୋଗ ମହାମାରୀ ହୋଇପାରିବ ନାହିଁ । କାରଣ ଏହା କରୋନା ଭଳି ବ୍ୟାପୁନାହିଁ । ଏଥିରେ ସଂକ୍ରମିତ ହେବା ବି ଏତେ ସହଜ ନୁହେଁ । ଏହି ଭାଇରସ୍ ଉପରେ ଏକ ଅଧ୍ୟୟନ କରାଯାଇଛି ।