ଅର୍ଗସ ବ୍ୟୁରୋ: ଆପଣ ଜଣେ ପ୍ରଫେସନାଲ୍କି? ସ୍ୱାସ୍ଥ୍ୟ ସେବା, ସ୍ୱାସ୍ଥ୍ୟ ଭିତିଭୂମି ଓ ପରିଚାଳନା କ୍ଷେତ୍ରରେ କୌଣସି ବଡ଼ କର୍ପୋରେଟ୍ ସଂସ୍ଥା ସହିତ କାମ କରିଛନ୍ତି କି? କୌଣସି ଅତି ଦରକାରୀ ସାମଗ୍ରୀ କିଣାବିକା ତଥା ଲଜିଷ୍ଟିକ୍ କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ କାମ କରିବାର ଅଭିଜ୍ଞତା ଅଛିକି? କେବେ କୌଣସି ସରକାରୀ ସଂସ୍ଥା, ଘରୋଇ ସଂଗଠନ କିମ୍ବା ସାର୍ବଜନୀନ ଦାତବ୍ୟ ଅନୁଷ୍ଠାନ ବା ଚାରିଟେବୁଲ ସଂସ୍ଥା ସହିତ କାମ କରିବାର ଦୀର୍ଘ ଅଭିଜ୍ଞତା ଅଛିକି? ଯଦି ଆପଣ ଏହି ମାନଙ୍କ ଭିତରେ ଥା’ନ୍ତି ତାହେଲେ ଆପଣଙ୍କ ସେବା ଏବେ ଆବଶ୍ୟକ କରୁଛନ୍ତି ଓଡ଼ିଶା ସରକାର ।
ଆପଣମାନେ ଜାଣନ୍ତି ଓଡ଼ିଶାରେ ତୃତୀୟ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଏବେ ଚିନ୍ତାରେ ପକେଇଛି ରାଜ୍ୟ ସରକାରଙ୍କୁ ଏବଂ କିଛିଟା ଭୟଭିତ ହୋଇ ପଡ଼ିଛନ୍ତି ରାଜ୍ୟର ଲୋକମାନେ । ସେହି ତୃତୀୟ ବ୍ୟକ୍ତି ଜଣଙ୍କ ଦିଲ୍ଲୀରୁ ଆସିବା ପରେ ଭୁବନେଶ୍ୱରରେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଅନ୍ୟମାନଙ୍କୁ କରୋନା ସଂକ୍ରମିତ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ସେପରି ହେଲେ ଓଡ଼ିଶା ସିଧା ପହଂଚି ଯାଇପାରେ ୩ୟ ପର୍ଯ୍ୟାୟରେ । ଏହି ପର୍ଯ୍ୟାୟରେ ସାଧାରଣତଃ ଗୋଷ୍ଠୀ ସଂକ୍ରମଣ ହେବାର ବେଶି ଆଶଙ୍କା ରହିଥାଏ । ଗୋଷ୍ଠୀ ସଂକ୍ରମଣ ହେଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା କିପରି ଅସମ୍ଭବ ବ୍ୟାପାର ତାହା ଆମେ ଦେଖି ଆସୁଛୁ ଇଟାଲୀ, ସ୍ପେନ ଏବଂ ଆମେରିକା ଭଳି ଦେଶ ମାନଙ୍କ କ୍ଷେତ୍ରରେ ।
ସେପରି ସ୍ଥଳେ ଏବେ ଓଡ଼ିଶା ସରକାର କୌଣସି ଅଭାବନୀୟ ଘଟଣା ଘଟିବା ପୂର୍ବରୁ ସତର୍କତାର ସହିତ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି । କରୋନା ବିଶ୍ୱ ମହାମାରୀଟି ଏକ ନୂଆ ସଂକ୍ରାମକ ଭୂତାଣୁଜନିତ ରୋଗ ହୋଇଥିବାରୁ ଏହା ସହିତ ଲଢ଼ିବା ଯେତେ ସହଜ ବୋଲି ମନେ କରା ଯଉଥିଲା ପ୍ରକୃତରେ ତାହା ସେତେ ସହଜ ନୁହେଁ । ସରକାରୀ ଭାବରେ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆ ଯାଇଥିଲା ବେଳେ ଆଗକୁ କ’ଣ ହେବ ତାହା ନିର୍ଦ୍ଦିଷ୍ଟ ଭାବରେ କହିବା ସହଜ ନୁହେଁ । ସେଥିପାଇଁ ବିଭିନ୍ନ ହେଲ୍ଥ ଏବଂ ମ୍ୟାନେଜମେଂଟ୍ ପ୍ରଫେସନାଲଙ୍କ ସେବା ଓ ସାହାଯ୍ୟ ମାଗିଛନ୍ତି ରାଜ୍ୟ ସରକାର ।
ଓଡ଼ିଶା, ଓଡ଼ିଶା ବାହାରେ ଏପରିକି ଦେଶ ବାହାରେ ରହୁଥିବା ଇଛୁକ ଲୋକମାନେ ଆଗ୍ରହୀ ଥିଲେ ସେମାନେ ସିଧା ଯୋଗାଯୋଗ କରିପାରିବେ ବରିଷ୍ଠ ପ୍ରସାଶନିକ ଅଧିକାରୀ ବିଶାଲଦେବଙ୍କ ସହିତ । ଏହି ମର୍ମ୍ମରେ ଏକ ସକୁଲାର୍ ସାର୍ବଜନୀନ କାରିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଏ କେ ତ୍ରୀପାଠୀ । ଏଥିପାଇଁ ଫୋନ୍ ନମ୍ବର, ମେଲ୍ ଆଡି ମଧ୍ୟ ଦିଆ ଯାଇଛି । ଯୋଗାଯୋଗର ନମ୍ବର ହେଉଛି-୦୬୭୪-୨୫୩୬୭୨୭ ଏବଂ ମେଲ ଆଇଡି ରହିଛି- vishal.k.dev@gmail.com ।
ଏହା ଏକ ପ୍ରକାର ସ୍ୱେଛାକୃତ କାର୍ଯ୍ୟ ଯେଉଁଥିପାଇଁ କୌଣସି ଦେୟ ଦିଆ ଯିବାର ବ୍ୟବସ୍ଥା ରଖା ଯାଇନାହିଁ । ଇଛୁକ ପ୍ରଫେସନାଲମାନେ କରୋନା ପ୍ରଶମନ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପରାମର୍ଶ ମଣ୍ଡଳୀରେ ରହି ଉପଦେଷ୍ଟା ଭାବରେ କାର୍ଯ୍ୟ କରିବେ । ଆପଣ ଯଦି ନିଜକୁ ସେଥିପାଇଁ ଉପଯୁକ୍ତ ବୋଲି ଭାବୁଛନ୍ତି ତାହେଲେ ଯୋଗାଯୋଗ କରିପାରନ୍ତି ରାଜ୍ୟ ସରକାରଙ୍କ ସହ ଏବଂ କରୋନା ଲଢ଼େଇରେ ହୋଇପାରନ୍ତି ଏକ ଗୁରୁତ୍ୱପୂଣ୍ଣ ଅଂଶବିଶେଷ ।
ଅର୍ଗସ ବ୍ୟୁରୋ: ବହୁ ଦିନର ଅପେକ୍ଷା ପରେ ଦିନିକିଆ ବିଶ୍ବକପ୍ ଗୁରୁବାରଠୁ ଅହମଦାବାଦରେ ଆରମ୍ଭ ହେବାକୁ ଯାଉଛି। ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। କିନ୍ତୁ ମ୍ୟାଚ୍ ପୂର୍ବରୁ କୌଣସି ଉଦ୍ଘାଟନୀ ସମାରୋହ କରାଯିବ ନାହିଁ। ଅବଶ୍ୟ ଏ ସଂକ୍ରାନ୍ତରେ ବିସିସିଆଇ କିମ୍ବା ଆଇସିସି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ, ତଥାପି ଜଣେ ବରିଷ୍ଠ ଅଧିକାରୀଙ୍କଠୁ ମିଳିଥିବା ସୂଚନା ଅନୁସାରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସନ୍ଧ୍ୟା ୭ଟାରୁ ଅଳ୍ପ କିଛି କାର୍ଯ୍ୟକ୍ରମ କରାଯିବ।
ପ୍ରଥମେ ସବୁ ଦଳର ଅଧିନାୟକଙ୍କୁ ଏକାଠି କରାଯାଇ କାର୍ଯ୍ୟକ୍ରମର ଆରମ୍ଭ ହେବ। ଏହା ପରେ ସ୍ପଳ୍ପ ସମୟର ପାରମ୍ପରିକ ନୃତ୍ୟ ପରିବେଷଣ ହେବ। ଶେଷରେ ସବୁଠୁ ଆକର୍ଷଣୀୟ ଲେଜର ଲାଇଟ୍ ସୋ’ ଓ ବାଣଫୁଟା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି। କିନ୍ତୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ, ବଲିଉଡ୍ ତାରକା ରଣବୀର ସିଂହ, ତମନ୍ନା ଭାଟିଆ, କଣ୍ଠଶିଳ୍ପୀ ଅରିଜିତ ସିଂହ, ଶ୍ରେୟା ଘୋଷାଲ, ଆଶା ଭୋସଲେ, ଶଙ୍କର ମହାଦେବନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥାନ୍ତା। ହେଲେ ବିସିସିଆଇ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରୁଥିବା ଉକ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ବଲିଉଡ୍ ନାଇଟ୍ ହେବ କି ନାହିଁ ସେ ନେଇ କିଛି ବି ସ୍ପଷ୍ଟ ହୋଇନାହିଁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଭଦ୍ରକ : ସ୍କୁଲରେ ଥିବା ସୂଚନା ଫଳକ ପଡ଼ି ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର ମୃତ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗଢିଆଳୀ ପଞ୍ଚାୟତ ଉଚ୍ଚପଦା ଗ୍ରାମର ଥିବା ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ଏକ ପ୍ରଥମ ଶ୍ରେଣୀର ଛାତ୍ର ମୃତ. ମୃତକ ଜଣକ ହେଉଛନ୍ତି ଏହି ଗ୍ରାମର ସୌଭାଗ୍ୟ ନାୟକଙ୍କ ୬ ବର୍ଷ ର ପୁଅ ଅସିତ୍ ନାୟକ। ସୂଚନା ଅନୁଯାୟୀ ସ୍କୁଲ ରେ ଥିବା ଏକ ସୂଚନା ଫଳକ ପଡ଼ି ମୃତ ହୋଇଥିବା ଜଣାପଡିଛି।
ଅଧିକ ପଢନ୍ତୁ : ଅଜଣା ଗାଡି ଧକ୍କାରେ ୨ ମୃତ
ତେବେ ଛାତ୍ର ଜଣଙ୍କୁ ପ୍ରଥମେ ଅସୁରାଳି ରେ ଥିବା ପ୍ରାଥମିକ ଚିକିତ୍ସାଳୟ କୁ ନିଆଯାଇଥିବା ବେଳେ ଅତି ଗୁରୁତର ଥିବା ରୁ ଛାତ୍ର ଜଣକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା . ସେଠାରେ କିଛି ସମୟ ଚିକିତ୍ସା ପରେ ତାଙ୍କର ମୃତ ହୋଇ ଥିବା ସୂଚନା ଅନୁଯାୟୀ ଜଣାପଡିଛି ପଡ଼ିଛି।