୨୪ ନିର୍ବାଚନ । କମ୍ପିବ ପ୍ରଚାର ମଇଦାନ । କାରଣ ପୂର୍ବରୁ କୁହାଯାଉଥିଲା ନବୀନ ସେତେଟା ପ୍ରଚାର ମଇଦାନକୁ ଓହ୍ଲାଇବେ ନାହିଁ । ହେଲେ ଏବେ ସୂଚନା ମିଳୁଛି କି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ନବୀନ । ମିଳିଥିବା ସୂଚନା ଅନୁସାରେ, ୨୦୧୯ ପରି ଏଥର ବିଜେଡି ସୁପ୍ରିମୋ ସ୍ଵତନ୍ତ୍ର ବସ୍ରେ ପ୍ରଚାର କରିବେ । ପ୍ରଚାର ବସ୍ ମୁଖ୍ୟତଃ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବୁଲିବ । ନବୀନଙ୍କ ପ୍ରଚାର ପାଇଁ ଦୁଇଟି ସ୍ଵତନ୍ତ୍ର ବସ୍ ପ୍ରସ୍ତୁତ କରାଯାଇଛି ।
ନିର୍ବାଚନକୁ ନେଇ ଏବେଠୁ ରାଜ୍ୟରେ ବଢିଲାଣି ତାତି । ରାଜନୈତିକ ଦଳ ଗୁଡ଼ିକ ଶେଷ ମୁହୂର୍ତ୍ତରେ ଭୋଟରଙ୍କ ହୃଦୟ ଜିତିବା ପାଇଁ ନୂଆ ନୂଆ କୌଶଳ ଆପଣାଇବାକୁ ଚେଷ୍ଟା କରୁଛନ୍ତି । ବିଜୁ ଜନତା ଦଳରେ ମଧ୍ୟ ଏ ନେଇ କସରତ ଚାଲିଛି । ଦଳର ରଣନୀତିକାରମାନେ ଜାଣିସାରିଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଇଦାନକୁ ନଓହ୍ଲାଇଲେ ଭୋଟ ମିଳିବ ନାହିଁ । ତେଣୁ ଯେତେକେସ୍ତେ ପ୍ରଚାର ମଇଦାନକୁ ନବୀନଙ୍କୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି ଦଳୀୟ ନେତା । ହେଲେ ଖବର ଲେଖା ହେବା ପର୍ଯ୍ୟନ୍ତ ନବୀନ କେବେ ପ୍ରଚାର ମଇଦାନକୁ ଓହ୍ଲାଇବେ ସେନେଇ ସ୍ପଷ୍ଟ ହୋଇନଥିଲେ ବି ଚର୍ଚ୍ଚା କିନ୍ତୁ ଜୋର ଧରିଛି ।