() ବିଜେପିର ସଙ୍କଳ୍ପ ପତ୍ର: ଗରିବଙ୍କ ପେଟ, ପକେଟ ଭରିବା ଗ୍ୟାରେଣ୍ଟି ଦେଲେ ମୋଦୀ
() ମୋଦିଙ୍କ ବଡ଼ ବୟାନ । କହିଲେ, ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ସଂକଳ୍ପ ପୂରଣ କରିବୁ । ଗରିବଙ୍କୁ ଲୁଟୁଥିବା ଲୋକ ଜେଲ ଯାଉଛନ୍ତି
() ନିର୍ବାଚନୀ ପ୍ରଚାର ବେଳେ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ଼; ହସ୍ପିଟାଲରେ ଭର୍ତ୍ତି
() କଂଗ୍ରେସର ଆଉ ୯ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା । ତାଲିକାରେ ବରିଷ୍ଠ, ମହିଳା ଓ ଯୁବକଙ୍କୁ ପ୍ରାଧାନ୍ୟ
() କୈଳାସ କୁଲେସିକାଙ୍କ ଅଭିଯୋଗ ପରେ ହଟଚମଟ; ଖଣି ମାଲିକ ନେଉଛନ୍ତି କି ବିଜେଡି ପ୍ରାର୍ଥୀ ନିଷ୍ପତ୍ତି ?
() ସୁରଜଙ୍କ ବଡ଼ ବୟାନ । କହିଲେ, ବିଜେଡିକୁ ନୁହେଁ ବିଜେପିକୁ ଭରସା କରୁଛନ୍ତି ଲୋକେ । ମୋଦି ଗ୍ୟାରେଣ୍ଟିର ବଢୁଛି ବିଶ୍ଵାସ
() ଓଲିଉଡ୍ କଳାକାରଙ୍କୁ ନବୀନ ନିବାସକୁ ଡକରା ଓ ମୁଖ୍ୟମନ୍ତ୍ରୀ ଭେଟିବା ପ୍ରସଙ୍ଗରେ ବିଜେପିର କଟାକ୍ଷ । ବିଜେପି ନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି, ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମଙ୍କ ପରି ସବୁ ବଡ଼ ବଡ଼ ସେଲିବ୍ରିଟି ବିଜେଡି ଛାଡ଼ିବାରୁ ଦଳକୁ ଏବେ ହାରିବା ଭୟ ଘାରିଛି
() ଦିନ ପରେ ଦିନ ଗଡୁଛି, ହେଲେ ବିଜେଡି ଘୋଷଣା କରୁନି ପ୍ରାର୍ଥୀ ତାଲିକା । ଆଜିକାଲି କହି କେବଳ ସମୟ ଗଡୁଛି
() ବାଲି ଦୁର୍ନୀତିରେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀଙ୍କ ସଂପୃକ୍ତି ଅଭିଯୋଗ । ହାଇକୋର୍ଟଙ୍କ ନିୟମ ମାନିବାକୁ ନାରାଜ ବବି
() କଟକରେ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ପ୍ରଚାର । ଶହଶହ ବିଜେଡି କର୍ମୀ ଶଙ୍ଖ ଛାଡ଼ି ପଦ୍ମ ଦଳରେ ହେଲେ ସାମିଲ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ଗ୍ରାମଠାରୁ ମାତ୍ର ୫୦ମିଟର ଦୂରରେ ରହିଛି ସମୁଦ୍ର।
ପୂର୍ଣ୍ଣିମା ଯୋଗୁଁ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମାଡି ଆସିବାରୁ କେ. ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ମଷ୍ୟଜୀବୀଙ୍କ ପାଇଁ ନିର୍ମିତ ଏକ ଆଶ୍ରୟସ୍ଥଳ ଭାଙ୍ଗି ସମୁଦ୍ରରେ ଲୀନ ହୋଇଯାଇଛି। ଏପରିକି ସମୁଦ୍ର ନିକଟରେ ଥିବା ରାସ୍ତ ଧୋଇ ହୋଇଯିବା ସହ ସେଠାରେ ଥିବା ଛୋଟ ଛୋଟ ମନ୍ଦିର ମଧ୍ୟ ଜୁଆର ମାଡ଼ରେ ଭାଙ୍ଗି ନଷ୍ଟ ହୋଇଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡା ଜଙ୍ଗଲରୁ ୫୫ଟି ହାତୀ ନିକଟସ୍ଥ କେନ୍ଦୁଖୁଣ୍ଟା ଗ୍ରାମ ସହିତ ଆଖପାଖ ଗ୍ରାମର ଚାଷ ଜମିରେ ପଶି ଫସଲ ନଷ୍ଟ କରିଛନ୍ତି,ଖବର ପାଇ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀ ମାନଙ୍କୁ ପଶ୍ଚିମବଙ୍ଗ ଆଡ଼କୁ ଘଉଡାଇଛନ୍ତି।
ତେବେ କିଛି ମାସ ହେବ ଝାଡ଼ଖଣ୍ଡ ଏବଂ ଶିମିଳିପାଳ ଅଞ୍ଚଳରୁ ପାଖାପାଖି ୭୦ ଟି ହାତୀ ରାଇବଣିଆ ଏବଂ ପଶ୍ଚିମବଙ୍ଗ ସିମାନ୍ତ ଅଞ୍ଚଳରେ ଡେରା ପକାଇଛନ୍ତି, ହାତୀ ମାନେ ଦିନ ତମାମ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଜଙ୍ଗଲରୁ ବାହାରି ଗାଁ ରେ ପଶି ଉପଦ୍ରବ କରୁଛନ୍ତି, ଅନେକ ସମୟରେ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଉଛନ୍ତି,ଏହା ଘର ଭାଙ୍ଗିବା ସହିତ ବାଡି ବଗିଚା ଏବଂ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳୁ ସକାଳୁ ହବିଷ୍ୟାଳି ମାନେ ତୀର୍ଥ ପୁଷ୍କରିଣୀ ସମେତ ସରକାରଙ୍କ ତରଫରୁ ହୋଇଥିବା 4ଟି ଅସ୍ଥାୟୀ ହବିଷ୍ୟାଳି ଶିବିରରେ ସ୍ନାନ କରିବା ପରେ ଚଉରାମୂଳେ ମହା ସଂକଳ୍ପ କରିଛନ୍ତି।
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ ସହ ହବିଷ୍ୟାଳି ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରିବେ । ସେପଟେ ସରକାରଙ୍କ ତରଫରୁ ପୁରୀରେ 4ଟି ହବିଷ୍ୟାଳି ଶିବିରରେ ମଧ୍ୟ ମା ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରାୟ 2500 ହବିଷ୍ୟାଳି ମାନେ ସରକାରଙ୍କ ଯୋଜନାରେ ଉପକୃତ ହେଉଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର