ପ୍ରଥା ଅନୁଯାୟୀ ମା ଭକ୍ତଙ୍କ ପାଇଁ ଦିନରେ ଉପାସ କରୁଥିବା ବେଳେ ସନ୍ଧ୍ୟାରେ ମା ଙ୍କ ଉପାସ ଭାଙ୍ଗିବା ପାଇଁ ଭକ୍ତ ବୋଦା ଭେଟି ଦେଇଥାନ୍ତି । ପ୍ରଥା ଅନୁସାରେ ମନ୍ଦିର ଆଖପାଖରେ ଥିବା ୨୨ ଟି ମୌଜା ର ଭକ୍ତ ମାନେ ସନ୍ଧ୍ୟାରେ ମାଙ୍କୁ ବୋଦା ଭେଟିଦେଇଥାନ୍ତି । ଆଜି କଟକଣା ପାଇଁ ଭକ୍ତ ମାନେ ନିରାଶ ହୋଇଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ପୂଜା ଓ ସରକାରୀ ନିୟମକୁ କଡାକଡି କରାଯାଇଥିଲା ।
କୋଭିଡ଼ କଟକଣା ମଧ୍ୟରେ ତାରିଣୀଙ୍କର ଆଷାଢ଼ି ପର୍ବ ପାଳିତ

କେନ୍ଦୁଝର: ସାରା ଦେଶରେ ଏବେ କରୋନା ମହାମାରୀର ଭୟଭୟତା ଲାଗିରହିଛି । ଏଥିପାଇଁ ରାଜ୍ୟ ସରକାର ସବୁ ପୂଜା ସ୍ଥଳୀ ମାନଙ୍କରେ କୋବିଡ଼ କଟକଣା ଲାଗୁ କରିଛନ୍ତି । ତେବେ ଏହି କଟକଣା ମଧ୍ୟରେ ମା ତାରିଣୀଙ୍କର ପ୍ରସିଦ୍ଧ ଆଷାଢ଼ି ପର୍ବ ପାଳିତ ହୋଇଛି। କଟକଣା ପାଇଁ ମନ୍ଦିର ଦ୍ୱାର ଭକ୍ତଙ୍କ ପାଇଁ ବନ୍ଦ ଥିବା ବେଳେ ପ୍ରଥା ଅନୁଯାୟୀ ଦିନରେ ମନ୍ଦିରରେ ମା ଙ୍କ ନୀତିକାନ୍ତି ବନ୍ଦ ରହିଥିଲା । ସନ୍ଧ୍ୟାରେ ସମସ୍ତ ନୀତିକାନ୍ତି ସହ ମାଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ସୁନା ବେଶ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ରାସ୍ତାକଡକୁ ଖସିଲା ବସ୍, ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଅର୍ଗସ ବ୍ୟୁରୋ: ବାଘମାରି ସିମୋର ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍। ବସଟି ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତା କଡରେ ଖସି ପଡିଥିଲା। ଏଥିରେ 20ଯାତ୍ରୀ ଆହାତ ହୋଇଥିବା ବେଳେ 3 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଥିବ
Download Argus News App
