ଏହା ପରେ କଟକ ଏସ୍.ସି.ବିର ଆଇସୋଲେସନ ଓ୍ୱାର୍ଡରେ ଦୁଇ ଜଣ କରୋନା ପଜିଟିଭ୍ ବାହାରିବା ପରେ ହଇଚଇ ହୋଇଥିଲା, ଯାହାଦ୍ୱାରା ଏସ୍..ସି.ବି ଓପିଡି ମଧ୍ୟ ବନ୍ଦ କରାଯାଇଛି। ଏହା ବ୍ୟତୀତ କଟକ ଶିଶୁ ଭବନରେ ମଧ୍ୟ କରୋନା ଟିହ୍ନଟ ହେବା ପରେ ଏହାର ଆଉଟଡୋରକୁ ବନ୍ଦ ରଖାଯାଇଛି। କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ୧୨ ଦିନ ଭିତରେ ୧୧୩ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢ଼ିଛି।
ଆଜିଠାରୁ ବନ୍ଦ ରହିବ ଭୁବନେଶ୍ୱର ଏମସ୍ ହସ୍ପିଟାଲ ଓପିଡି

ଭୁବନେଶ୍ୱର: ଆଜିଠାରୁ ବନ୍ଦ ରହିବ ଭୁବନେଶ୍ୱର ଏମସ୍ ହସ୍ପିଟାଲ ଓପିଡି। ହସ୍ପିଟାଲର କିଛି ରୋଗୀଙ୍କ ସମେତ କେତେକ କର୍ମଚାରୀ ମଧ୍ୟ କରୋନାର ଶିକାର ହେବାପରେ ଏପରି ନିଷ୍ପତ୍ତି ନିଆଯାଇଛି । ଏ ସଂକ୍ରାନ୍ତୀୟ ସୂଚନା ଦେଇଛନ୍ତି ଏମ୍ସର ନିର୍ଦ୍ଦେଶିକା ବି.ଗୀତାଞ୍ଜଳୀ । ପୂର୍ବରୁ ବ୍ରହ୍ମପୁର ଏମ୍.କେ.ସି.ଜି ଓପିଡିକୁ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ବନ୍ଦ ରଖାଯାଇଥିଲା।
ଆଜିଠୁ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଆଜି ଗୁରୁତ୍ଵପୂର୍ଣ୍ଣ ଦିନ । ଆଜିଠୁ ଦୁଇ ଦିନିଆ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ଗୃହରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବେ ସିନ୍ଦେ । ସଂଖ୍ୟା ଗରିଷ୍ଠତା ହାସଲ ପରେ ସିନ୍ଦେ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ବିଜେପି ଓ ସିନ୍ଦେ ମେଣ୍ଟ ପକ୍ଷରୁ ବିଜେପି ବିଧାୟକ ରାହୁ
Download Argus News App
