ଆହୁରି ପଢନ୍ତୁ ଓଡିଶା ଖବର...
କଟକ: କଟକ ସଦର ଥାନାରେ ଚୋରା କଫ୍ ସିରପ୍ ଗାଡି ଜବତ ହୋଇଛି । 1680 କଫ୍ ସିରପ୍ ବୋତଲ ଜବତ ହୋଇଥିବା ବେଳେ ଗାଡି ଡ୍ରାଇଭର ଗିରଫ ହୋଇଛି । କପଡା ବେପାର ନାଁରେ ଚାଲାଣ ହେଉଥିଲା ଚୋରା କଫ ସିରପ୍ । ଗତକାଲି କଟକ ସଦର ଥାନା ଅଞ୍ଚଳ ବମ୍ପକୁଦରେ ଗାଡି ଦୁର୍ଘଟଣା କରିବା ପରେ ସ୍ଥାନୀୟ ଲୋକ ଗାଡି ଅଟକାଇ ପୋଲିସ ଜିମା ଦେଇଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ହରିୟାଣା ନିର୍ବାଚନ । ସରଗରମ ହେଉଛି ନିର୍ବାଚନ ପ୍ରଚାର । ଆଜି ହିସାରେ ବିଜେପି ଜନ ସମର୍ଥନ ରାଲିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଗତ 25 ତାରିଖରେ ସୋନିପତରେ ଏବଂ 18 ତାରିଖରେ ହରିଆଣା ଅମ୍ବାଲାରେ ବିଶାଳ ରାଲି କରି ରାଜ୍ୟବାସୀଙ୍କ ସମର୍ଥନ ଲୋଡ଼ିଥିଲେ ମୋଦି । ଆସନ୍ତା ଅକ୍ଟୋବର 5ରେ ହରିୟାଣାରେ ହେବାକୁ ଯାଉଛି ନିର୍ବାଚନ । ହରିୟାଣାରେ ବିଜେପି ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ହରିୟାଣା ବିଜେପି ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ବିକାଶକୁ ନେଇ ଜନତା ଖୁସି ଥିବାରୁ ବିରୋଧୀ କଂଗ୍ରେସ ପାଖରେ ଏବେ କୌଣସି ପ୍ରସଙ୍ଗ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ। ଲୋଗୋର ନାମ ହେଉଛି ଉତ୍କର୍ଷ ଓଡିଶା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡା, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଲୋଗ୍ ଉନ୍ମୋଚିତ ହୋଇଛି। ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସଚିବ, ଶିଳ୍ପାନୁଷ୍ଠାନର କର୍ମକର୍ତ୍ତା, ଶିଳ୍ପପତି ପ୍ରମୁଖ ଯୋଦେଇଛନ୍ତି। ସବୁ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଅଛନ୍ତି ..। 28 ଓ 29 ଜାନୁଆରୀ 2025 ତାରିଖରେ ଅନୁଷ୍ଠିତ ହେବ ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ। ଏଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କ ଅଭିଭାଷଣରେ ସାରା ବିଶ୍ବରେ ଓଡିଶାକୁ ଏକ ପ୍ରମୁଖ ପୁଞ୍ଜି ବିନିଯୋଗ ସ୍ଥଳ ଭାବେ ପରିଣତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଉତ୍କର୍ଷ ଓଡିଶା-୨୦୨୫ କେବଳ ବିନିଯୋଗର ଏକ ପ୍ରମୁଖ ସ୍ଥଳ ଭାବେ କାର୍ଯ୍ୟ କରିବ ନାହିଁ ଏହା ନିବେଶକ ମାନଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ଦେବ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି...ଖୁବ୍ ଶୀଘ୍ର ପୂରଣ ହେବ ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ...ବିଭିନ୍ନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଓ ୟୁଜିସି ସଦସ୍ୟମାନଙ୍କ ସହ ବୈଠକ ପରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦେଲେ ବଡ଼ ସୂଚନା...ସରକାର କି ପ୍ରଶାସନ ନୁହେଁ, ଅଧ୍ୟାପକ ନିଯୁକ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଶିକ୍ଷାବିତ୍...ରାଜ୍ୟର ବିଶ୍ଵବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ପାଇଁ ଗତକାଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ଓ ୟୁଜିସି ସଦସ୍ୟ ଯୋଗ ଦେଇଥିଲେ। ରାଜ୍ୟର ବିଶ୍ବବିଦ୍ୟାଳୟ ଗୁ଼ଡ଼ିକରେ ଖାଲି ଥିବା ଅଧ୍ୟାପକ ପଦ କେମିତି ପୂରଣ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା।
ବୈଠକ ପରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି, 2020ରେ ବିଜେଡି ସରକାର ଆଣିଥିବା ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ ଫଳରେ ବିଶ୍ବବିଦ୍ୟାଳୟ ଗୁଡ଼ିକର ସ୍ବାୟତ୍ତତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏଥିରେ ସୁଧାର ଆଣିବେ ବିଜେପି ସରକାର। ୟୁଜିସି ନିୟମାବଳୀକୁ ଆଧାର କରି, ଶିକ୍ଷାବିତଙ୍କ ପରାମର୍ଶକୁ ଗ୍ରହଣ କରି ଏମିତି ଏକ ନୀତି ନିର୍ଧାରିତ କରାଯିବ ଯାହା ଫଳରେ ଆଗାମୀ ଦିନରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଅଧିକ ମଜବୁତ୍ ହୋଇପାରିବ। ଅଧ୍ୟାପକ ନିଯୁକ୍ତ କରିବାର କ୍ଷମତା କୌଣସି ପ୍ରଶାସକଙ୍କ ହାତରେ ରହିବ ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: