ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ହରିୟାଣା ନିର୍ବାଚନ । ସରଗରମ ହେଉଛି ନିର୍ବାଚନ ପ୍ରଚାର । ଆଜି ହିସାରେ ବିଜେପି ଜନ ସମର୍ଥନ ରାଲିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଗତ 25 ତାରିଖରେ ସୋନିପତରେ ଏବଂ 18 ତାରିଖରେ ହରିଆଣା ଅମ୍ବାଲାରେ ବିଶାଳ ରାଲି କରି ରାଜ୍ୟବାସୀଙ୍କ ସମର୍ଥନ ଲୋଡ଼ିଥିଲେ ମୋଦି । ଆସନ୍ତା ଅକ୍ଟୋବର 5ରେ ହରିୟାଣାରେ ହେବାକୁ ଯାଉଛି ନିର୍ବାଚନ । ହରିୟାଣାରେ ବିଜେପି ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ହରିୟାଣା ବିଜେପି ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ବିକାଶକୁ ନେଇ ଜନତା ଖୁସି ଥିବାରୁ ବିରୋଧୀ କଂଗ୍ରେସ ପାଖରେ ଏବେ କୌଣସି ପ୍ରସଙ୍ଗ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା । ଗତକାଲି ବର୍ଷା ଧୋଇନେଲା କୋଣାର୍କ ସୂୟାର୍ସ ଓଡିଶା ବନାମ ମାଣିପାଲ ଟାଇଗର୍ସ ମ୍ୟାଚ୍ । ସୁରତର ଲାଲ ଭାଇ କଣ୍ଟ୍ରାକ୍ଟର ଷ୍ଟାଡିଅମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ବର୍ଷା ଯୋଗୁଁ ଟସ ପଡିବା ମଧ୍ୟ ସମ୍ଭବ ହୋଇନାହିଁ। ଏଥିରୁ ଏକ ପଏଣ୍ଟ ପାଇ ସର୍ବମୋଟ ତିନି ପଏଣ୍ଟରେ ଦ୍ଵିତୀୟ ସ୍ଥାନରେ ରହିଛି କୋଣାର୍କ ସୂୟାର୍ସ ଓଡିଶା। ସେପ୍ଟେମ୍ବର 29ରେ ଇଣ୍ଡିଆ କ୍ୟାପିଟାଲ୍ସକୁ ଭେଟିବ କୋଣାର୍କ ସୂୟାର୍ସ ଓଡିଶା।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ: ଭୟଙ୍କର ହେଉଛି ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ । 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ । ଏୟାର ଷ୍ଟ୍ରାଇକରେ ଉଡିଛି ହିଜବୁଲ୍ଲାର 6 ମହଲା ମୁଖ୍ୟାଳୟ । ଆକ୍ରମଣରେ ହିଜବୁଲ୍ଲା ଟପ୍ କମାଣ୍ଡର ହାସିମ୍ ସେଫିଦ୍ଦିନ୍ ସଫା ହୋଇଥିବାବେଳେ ମରଣ ମୁହଁରୁ ବର୍ତ୍ତି ଯାଇଛି ହିଜବୁଲ୍ଲା ମୁଖ୍ୟ ହସନ୍ ନସରଲ୍ଲା । ଖୋଜିଖୋଜି ହିଜବୁଲ୍ଲା ଆତଙ୍କୀଙ୍କୁ ନିପାତ କରୁଛି ଇସ୍ରାଏଲ । ଶୁକ୍ରବାର ରାତିରେ ବେରୁତରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 76 ଜଣ ଆହତ ହୋଇଛନ୍ତି । ଲେବାନନ ଉପରେ ଇସ୍ରାଏଲ ସେନାର ସବୁଠାରୁ ବଡ଼ ଆକ୍ରମଣ ପରେ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୁରନ୍ତ ଇସ୍ରାଏଲ ଫେରିଆସିଛନ୍ତି ।
10 ଦିନ ଧରି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଲେବାନନରେ 7 ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ରକେଟ ମାଡ଼ରେ ଶୁକ୍ରବାର ହିଜବୁଲ୍ଲାର ଡ୍ରୋନ ୟୁନିଟ କମାଣ୍ଡର ମହମ୍ମଦ ସରୁର ନିହତ ହୋଇଥିଲା । ଇଣ୍ଟରନ୍ୟାସନାଲ ଅର୍ଗାନିଜେସନ ଫର ମାଇଗ୍ରସନ ରପୋର୍ଟ ଅନୁସାରେ ଲେବାନନରୁ ବିସ୍ଥାପିତ ହୋଇଛନ୍ତି ପ୍ରାୟ 2 ଲକ୍ଷ ନାଗରିକ । ହିଜବୁଲ୍ଲାକୁ ସମର୍ଥନ ଦେଉଥିବା ଇରାନ ସମେତ କୌଣସି ଦେଶକୁ ବି ଜବାବ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଗାଜାରେ ହମାସ ଓ ଲେବାନନରେ ହିଜବୁଲ୍ଲା ଆତଙ୍କବାଦୀ ସଂଗଠନକୁ ମାଟିରେ ମିଶାଇବ ଇସ୍ରାଏଲ । ଗାଜାରୁ ଯେପର୍ଯ୍ୟନ୍ତ ପଣବନ୍ଦୀ ସୁରକ୍ଷିତ ଭାବେ ଇସ୍ରାଏଲକୁ ନଫେରିଛନ୍ତି ସେଯାଏ ଇସ୍ରାଏଲର ସେନା ଅପରେସନ ଥମିବାର ପ୍ରଶ୍ନ ଉଠୁନାହିଁ ବୋଲି ଜାତସଂଘ ଫୋରମରେ ଚେତାବନୀ ଶୁଣାଇଛନ୍ତି ନେତାନ୍ୟାହୁ ।
ଅଧିକ ପଢ଼ନ୍ତୁ ବିଦେଶ ଖବର: