ଚୋରା ମଦ କାରବାର ରୋକିବାକୁ ନିୟମିତ ଭାବେ ଚଢାଉ କରିବାକୁ ନିର୍ଦ୍ଦେଶ । ବେଆଇନ ମଦ କାରବାର ନହେବା ପାଇଁ ଜିଲ୍ଲାପାଳ ଓ ଏସପି ମାନେ ନିଅନ୍ତୁ ଦାୟୀତ୍ଵ । ଚୋରା ମଦ ପିଇ ଲୋକଙ୍କ ଜୀବନହାନୀ ହେଲେ ଜିଲ୍ଲାପାଳ ଓ ଏସପି ଦାୟୀ ରହିବେ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ମାନେ ସରକାରଙ୍କ ପାଇଁ ଲାଷ୍ଟ ମାଇଲ କନେକ୍ଟିଭିଟି । ସରକାରୀ ଯୋଜନା ସଫଳ କରିବା ଜିଲ୍ଲାପାଳ ମାନଙ୍କ ହାତରେ । ସମାଜର ଶେଷ ପାହାଚରେ ଛିଡା ହୋଇଥିବା ଲୋକ ପାଖରେ ପହଞ୍ଚିବା ପାଇଁ ଜିଲ୍ଲାପାଳ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯୋଜନା ସଫଳ ରୂପାୟନ ହେଲେ ରାଜ୍ୟରୁ ହଟିବ ଦାରିଦ୍ର୍ୟ । ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଦାୟିତ୍ବ ଜିଲ୍ଲାପାଳ ମାନଙ୍କର । ପ୍ରତି ମାସରେ କିଛି ଦିନ ବାହାର କରି ଫିଲ୍ଡ ଭିଜିଟ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ସେକାଳ ପଖାଳ ଆଉ ନାହିଁ । ଗତ ଜୁନ 12ରେ ନୂତନ ସୂର୍ଯ୍ୟଦ୍ୟୋୟ ହୋଇସାରିଛି ।
ନୂଆ ସରକାରରେ ଲୋକଙ୍କର ଅନେକ ନୂଆ ଆଶା ଅଛି । ଯୋଜନା ଠିକ୍ ସମୟରେ ଆରମ୍ଭ ହୋଇ ଠିକ୍ ସମୟରେ ସଂପୂର୍ଣ୍ଣ ହେବା ସରକାରଙ୍କ ପାଇଁ ଚିନ୍ତାଜନକ ବିଷୟ । ତେଣୁ ଅର୍ଥର ଅଭାବ ଯୋଗୁଁ ପ୍ରକଳ୍ପ ବିଳମ୍ବ ହେବାର ବାହାନା ଚାଳିବ ନାହିଁ । ଯଦି କୌଣସି ସମସ୍ୟା ହେଉଛି, ତେବେ ସଂପୃକ୍ତ ବିଭାଗକୁ ଜଣାନ୍ତୁ, ଯଦି ସମାଧାନ ନହେଉଛି ଅର୍ଥ ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜଣାନ୍ତୁ ବୋଲି ଜିଲ୍ଲାପାଳଙ୍କୁ ପରାମର୍ଶ ଦେଲେ ମୋହନ । 5T ରୂପାନ୍ତରଣ ନାଁରେ କେବଳ ସ୍କୁଲ କାନ୍ଥରେ ରଙ୍ଗ ମରା ଯାଉଥିଲା । ସ୍କୁଲରେ ଶିକ୍ଷକ ନଥିଲେ, ଭିତ୍ତିଭୂମି ସୁଦୃଢ କରାଯାଉନଥିଲା । ଶିକ୍ଷାର ଆଧୁନିକତାର ସ୍ଵପ୍ନ ଦେଖାଯାଉଥିଲା । ପିଲା ହରଣ, ଗୁଣନ ଜାଣିନଥିଲେ, ଶୃତଲିଖନ ଲେଖିପାରୁନଥିଲେ ପିଲା ।
ପୂର୍ବ ସରକାର ବେଳେ ଜଣେ ଜଣେ ଅଫିସର ୧୦-୧୫ ବର୍ଷ ଧରି ଗାଦି ମାଡି ବସୁଥିଲେ । ଯାହାକି ଶାସନରେ ବ୍ୟାଘାତ ସୃଷ୍ଟି କରୁଥିଲା । ବିଜେପି ସରକାରରେ ଏସବୁ କୁ ପ୍ରସୟ ଦିଆଯିବ ନାହିଁ । ନିୟମ ଅନୁସାରେ ଗୋଟିଏ ସ୍ଥାନରେ ନିର୍ଦ୍ଧାରତ ସମୟ ଯାଏଁ ନିଯୁକ୍ତ ହେବେ ଅଫିସର ।ସାଧାରଣ ଲୋକର ପ୍ରଶାସନ ଠାରୁ ଆଶା କରୁଥିବା ଦୃଷ୍ଟିଭଙ୍ଗୀ ବିଷୟରେ ଅନୁଭୂତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ଶନିବାର ଜିଲ୍ଲାପାଳମାନଙ୍କ ସହ ଏସପିମାନଙ୍କ ମଧ୍ୟ ବୈଠକ ନେବେ ମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: