ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ ବିଜେଡିର ୧୦୦ ବିଭୀଷଣଙ୍କୁ ନେଇ ରାଜ୍ୟ ରାଜନୀତିରେ ବଡ ହଲଚଲ । ୮୦ ପ୍ରତିଶତ ବିଜେଡି ନେତା ଦଳ ଛାଡିବା ପାଇଁ ମନସ୍ତ କରିଥିବା ନେଇ ବିଜେପିର ଦମ୍ଭୋକ୍ତି । ତେବେ ବିଜେଡିରେ କିଏ ସେ ବିଭୀଷଣ । ଏଭଳି ଚର୍ଚ୍ଚା ଜୋର ଧରିଥିବା ବେଳେ କିଛି ଦିନ ତଳେ ବିଜେପି ରାଜ୍ୟ ସଭାପତି ଓ କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ ବି ସମାନ କଥା କହିଥିଲେ । ତେବେ ଜବାବରେ ବିଜେଡି କହିଛି, ବିଜେପି ବିଧାୟକ ବି ଶଙ୍ଖ ଆଡକୁ ଢଳୁଛନ୍ତି କହି ସମ୍ପର୍କରେ ମଧ୍ୟ ବିଜେପି ବିଧାୟକ ମାନେ ଅଛନ୍ତି ବୋଲି ଶାସକ ଦଳ ପ୍ରତି ଜବାବ ରଖିଛି ।
ମହା ଜନ ସମ୍ପର୍କ ଅଭିଯାନ କରି ଜୁନ ମାସରେ ବଡ ଶକ୍ତି ପ୍ରଦର୍ଶନ କରିବ ବିଜେପି । ବିଜେଡି ମୁକ୍ତ ଓଡିଶାର ନାରା ସହ ୨୪ ନିର୍ବାଚନ ଆଗରୁ କୋଟିଏ ପରିବାର ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଦଳ । ତେବେ ଏସବୁ ରଣନୀତି କେତେ ସଫଳ ହେବ ତାହା ସମୟ ହିଁ କହିବ ।