ଖାଲି ସେତିକି ନୁହେଁ, ଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସାତ ସପନ । ନଳକୂପରୁ ଆଇରନ୍ ପାଣି ଓ କୂଅରୁ ଦୂଷିତ ପାଣି ପିଇ ଗାଁର 5 ବର୍ଷରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ 10 ଜଣ ପୁରୁଷ ଓ 2 ମହିଳା ଜୀବନ ଯାଇଛି । ଗାଁରେ ଅଙ୍ଗନୱାଡି କି ସ୍କୁଲ ନାହିଁ । ଫଳରେ ଅନେକ ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରୀ ପଡିଛି । ସେହିପରି ସରକାରୀ ଯୋଜନା ଅପହଞ୍ଚ ପାଲଟିଥିବାବେଳେ ଝୁମ୍ପୁଡିରେ ଦିନ କାଟୁଛନ୍ତି ଗ୍ରାମବାସୀ ।
ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି କାହିଁକି ସେନାଘାଟି ଗ୍ରାମବାସୀଙ୍କ ପାଇଁ ଅପହଞ୍ଚ ବିକାଶ ? । କ'ଣ ଏୟା ଦୀର୍ଘ ବର୍ଷ ସ୍ଥିର ବିଜେଡି ସରକାରର ରୂପାନ୍ତରୀକରଣ ? । ଖାଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ସ୍ଥାନୀୟ ବିଧାୟକ ରୋହିତ ପୂଜାରୀ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଏଥର ଭୋଟରେ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: