ମହିଳା ଓ ବୁଦ୍ଧିଜୀବୀଙ୍କ ମତାମତ ନେଲା ପରେ ମଡ୍ୟୁଲ ଫାଇନାଲ୍ ହେବ । ଡ୍ରାଗନ ମୁଡରେ ଅଛି ଏସଓପି । ସରକାରଙ୍କ ପକ୍ଷରୁ ସବୁ କିଛି ପ୍ରସ୍ତୁତ ଅଛି । ଅଗଷ୍ଟ ୧୫ ସୁଦ୍ଧା ମଡ୍ୟୁଲ ଫାଇନାଲ୍ ହେବ । ସୁଭଦ୍ରା ଯୋଜନାକୁ ନେଇ ଭ୍ରମିତ ହୁଅନ୍ତୁ ନାହିଁ । ସମୟ ଆସିଲେ ସରକାର ବିଭିନ୍ନ ମାଧ୍ୟମରେ ବିଜ୍ଞାପନ ବାହାର କରିବେ। ଯୋଜନାରେ କିପରି ଅଧିକରୁ ଅଧିକ ମହିଳା ଉପକୃତ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ। ସୁଭଦ୍ରା ଯୋଜନାରେ କୌଣସି ଗୁଜବ ଉପରେ ବିଶ୍ଵାସ କରନ୍ତୁ ନାହିଁ।