ରାୟଗଡ଼ା ଜିଲ୍ଲା ପେଣ୍ଟl ପଞ୍ଚlୟତ ଜିଞ୍ଜଲିବାଡ଼ି ଅଞ୍ଚଳର ଏ ଦୃଶ୍ୟ । ମହିଳାମାନେ ହାତରେ ଥାଳି ଧରି ଏଠି ଭିକ୍ଷା ମାଗୁଛନ୍ତି । ସେମାନଙ୍କ ପେଟ ପାଟଣା ପାଇଁ ନୁହଁ, ବରଂ ସ୍ଥାନୀୟ ରାସ୍ତା ତିଆରି ପାଇଁ । ରାଜରାସ୍ତା ଅବରୋଧ କରି ଗାଡ଼ି ଅଟକାଇ ପିଲାଏ ଟଙ୍କା ମାଗୁଛନ୍ତି । ଗାଁରେ ଦେଖାଦେଇଥିବା ବିଭିନ୍ନ ଅସୁବିଧା ନେଇ ଏମାନେ ନିଆରା ପ୍ରତିବାଦ କରିଛନ୍ତି । ଆଜି ବି ଗାଁକୁ ନିର୍ମାଣ ହୋଇ ପାରିଲାନି ପକ୍କା ସଡ଼କ । କି ସଂଯୋଗ ହୋଇନି ନଳ ଯୋଗେ ଜଳ । ପକ୍କା ଘର ବି ନାହିଁ ଏଠି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଏମିତି ନିଆରା ପ୍ରତିବାଦ କରିଛନ୍ତି ଲୋକେ ।
ସେପଟେ ଖୋର୍ଦ୍ଧାରେ ପାଣି ପାଇଁ ଜିଲ୍ଲାପାଳଙ୍କ ଅଫିସକୁ ଚାଲି ଚାଲି ଆସିଲେ ମହିଳାମାନେ । ଅଫିସ ଆଗରେ କଲେ ପ୍ରତିବାଦ । ଗରା, ବାଲଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଚାଂୟତ ରଗୋଡା ଗାଁରେ ପାନୀୟ ଜଳର ଉତ୍କଟ ସମସ୍ୟାର ପ୍ରତିବାଦ କରିଛନ୍ତି ମହିଳା ଓ ପୁରୁଷ ମାନେ । ଗାଁରେ ଜଳ ସମସ୍ୟା ଲାଗି ରହିଥିବା ବେଳେ, ବାରମ୍ବାର ଅଧିକାରୀଙ୍କୁ ଜଣାଇଲେ ବି ପାନୀୟ ଜଳ ବଣ୍ଟନ ସମସ୍ୟାର ସମାଧାନ ହୋଇପାରୁନି । ଯାହାକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର