ସୂଚନାଯୋଗ୍ୟ ଯେ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନଗୁଳରୁ ୧୩୧, ବାଲେଶ୍ଵରରୁ ୧୧୬, ବରଗଡ଼ରୁ ୯୫, ଭଦ୍ରକରୁ ୬୬, ବଲାଙ୍ଗିରରୁ ୯୭, ବୌଦ୍ଧରୁ ୨୦, କଟକରୁ ୨୪୪, ଦେବଗଡ଼ରୁ ୧୬, ଢେଙ୍କାନାଳରୁ ୪୩, ଗଜପତିରୁ ୧୯, ଗଞ୍ଜାମରୁ ୩୯, ଜଗତସିଂହପୁରରୁ ୬୮, ଯାଜପୁରରୁ ୯୯, ଝାରସୁଗୁଡ଼ାରୁ ୬୮, କଳାହାଣ୍ଡିରୁ ୧୦୫, କନ୍ଧମାଳରୁ ୪୫, କେନ୍ଦ୍ରାପଡ଼ାରୁ ୯୧, କେଉଁଝରରୁ ୬୭, ଖୋର୍ଦ୍ଧାରୁ ୩୯୩, କୋରାପୁଟରୁ ୪୬, ମାଲକାନାଗିରିରୁ ୬୧, ମୟୁରଭଞ୍ଜରୁ ୧୨୭, ନବରଙ୍ଗପୁରରୁ ୯୨, ନୟାଗଡ଼ରୁ ୬୫, ନୂଆପଡ଼ାରୁ ୮୩, ପୁରୀରୁ ୧୧୪, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୦୫, ସୋନପୁରରୁ ୭୯, ସୁନ୍ଦରଗଡ଼ରୁ ୧୪୩, ଷ୍ଟେଟ ପୁଲରୁ ୮୮ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୪୯ ହଜାର ୬୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୮ ହଜାର ୨୪୬ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨ ଲକ୍ଷ ୨୦ ହଜାର ୩୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୯୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୩୭ ଲକ୍ଷ ୧୦ ହଜାର ୫୯୨ ସାମ୍ପୁଲ ଟେଷ୍ଟ୍ ହୋଇଛି।