ଛାତ ଉପରୁ ଘରକୁ ପଶି ଘର ମାଲିକ ଶୋଇଥିବା ଘରକୁ ବାହାର ପଟୁ ବନ୍ଦ କରିଥିଲେ ଲୁଟେରା । ପ୍ରାୟ 3 ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସହ ଘରେ ଥିବା ଟଙ୍କା ଲୁଟ କରିଛନ୍ତି । ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ କରିଛନ୍ତି । ଲୁଟେରା ପୂର୍ବରୁ ଠାବ କରିଥିବା ଜାଣିବାକୁ ପାଇଛି ପୋଲିସ ।
ବାରମ୍ବାର ରାଜଧାନୀରେ ଏହି ଘଟଣା ସାମନାକୁ ଆସୁଛି । ରାଜଧାନୀର ରହିବାକୁ ଲୋକେ ସୁରକ୍ଷିତ ମଣେ କରୁନାହାନ୍ତି । କେତେବେଳେ ଆପାର୍ଟମେଣ୍ଟରେ ତ କେତେବେଳେ ଘରେ ପଶି ଲୁଟ୍ କରୁଛନ୍ତି ଲୁଟେରା । ସ୍ଥିତି ଏମିତି ହେଲାଣି ଯେ, ଘର ତାଲା ପକାଇ କୁଆଡେ ଯିବାକୁ ଲୋକେ ଭୟ କରୁଛନ୍ତି ।
ଆହୁରି ପଢନ୍ତୁ ଅପରାଧ ଖବର...