କୌଣସି ସୂତ୍ରରୁ ଖବର ପାଇ ଯୋଡା ପୁଲିସ କୌଶଳକ୍ରମେ ସେମାନଙ୍କ ମଧ୍ୟରୁ ୩ ଜଣ ଡାକାୟତଙ୍କୁ କାବୁ କରି ନେଇଛି । ଅନ୍ଧାରର ସୁଯୋଗରେ ଅନ୍ୟ ଡକାୟତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଏହି ଚଢାଉ ଫଳରେ ଏକ ବଡ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଥିବା ଜଣାପଡିଛି ।
ଡକାୟତମାନେ ସଂଘବଦ୍ଧ ଯୋଜନା କରୁଥିବା ସମୟରେ ପୁଲିସ ରାସ୍ତାର ଉଭୟପାଶ୍ୱର୍ରୁ ସେମାନଙ୍କୁ କାବୁ କରିବା ପାଇଁ ଜାଲ ବିଛାଇଥିଲା । ଗିରଫ ଡକାୟତମାନଙ୍କ ଠାରୁ ୪ ଟି ବନ୍ଧୁକ, ୬ ଟି ଅଫୁଟା ଗୁଳି, ୪ ଟି ଛୁରି, ୧୧ ଟି ମୋବାଇଲ, ଡାକୟତି ପାଇଁ ବ୍ୟବହୃତ ଗୋଟିଏ ସ୍କୁଟି ଓ ଗୋଟିଏ କାର ଏବଂ ଏହା ସହିତ ୧୧ ହଜାର ୭୭୦ ଟଙ୍କା ନଗଦ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଯୋଡା ବାଚୁହାଟିଂ ଅଞ୍ଚଳର ବୋଲି ଜଣାପଡିଛି ।