ଏନେଇ ତିନି ଛାତ୍ରଙ୍କ ଅଭିଭାବକମାନେ ହେଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଏନେଇ ତିନି ଛାତ୍ରଙ୍କ ପରିବାର ପକ୍ଷରୁ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଛାତ୍ରମାନଙ୍କୁ ଖୋଜା ଖୋଜି ଆରମ୍ଭ କରିବା ସହ ହଷ୍ଟେଲକୁ ଯାଇ ପଚରାଉଚାର କରିଛି । ଛାତ୍ରମାନେ ହଷ୍ଟେଲକୁ ଛାଡି ଯାଇଛନ୍ତି ନା ତାଙ୍କୁ କେହି ଅପହରଣ କରିନେଇଛି ତାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେଉଛି ।
ଘରୋଇ ହଷ୍ଟେଲରୁ ୩ ଛାତ୍ର ନିଖୋଜ
ପୁରୀ: ସୋମବର ଦିନ କାକଟପୁରର ଦି ଫାଉଣ୍ଡେସନ ନାମକ ଏକ ଘରେଇ ଛାତ୍ରବାସରୁ ୩ ଜଣ ଛାତ୍ର ନିଖୋଜ ହୋଇଛନ୍ତି । ଛାତ୍ର ତିନି ଜଣ ନବମ ଶ୍ରେଣୀର ବେଲି ଜଣାପଡ଼ିଛି । ନିଖୋଜ ଛାତ୍ରମାନେ ହେଲେ ଅସ୍ତରଙ୍ଗ ବଡ଼ଗୋଲାର ଦୁଷ୍ମନ୍ତ କୁମାର ସ୍ବାଇଁ, ଅସ୍ତରଙ୍ଗ ବାଲିଡିଆର ତନ୍ମୟ ବେହେରା ଓ ଗୋପ ବିଶିଲିପଡାର ହବିବୁଲ ଅବୁଦୁଲ ଖାନ । ତିନି ଛାତ୍ର ୫ ଟାରେ ଗାଧୋଇବାକୁ କହି କୁଆଡେ ଚାଲିଯାଇଛନ୍ତି ।
Download Argus News App
