ବାର୍ଷିକ ଉତ୍ସବ ଉପଲକ୍ଷେ ଛାତ୍ର/ଛାତ୍ରୀ ମାନଙ୍କ ଦ୍ଵାରା ଏକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଅ।ଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ଗ୍ରାମଂଚଳରେ ଲୋକେ ବ୍ୟବହାର କରୁଥିବା ଲଙ୍ଗଳ, ବାଉଁଶର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହ ମାଟି ଏବଂ କାଗଜରେ ଅ।ଙ୍କିଥିଲେ ମନ ମୋହିଲା ଭଳି ଚିତ୍ର। ଯାହାକୁ ଦେଖି ଅତିଥି ବେଶ ପ୍ରଂଶସା କରିବା ସହ ଅ।ଗାମୀ ଦିନରେ ଏହି କଲେଜକୁ ୟୁନିଭରସିଟି କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ବିଧାୟିକା।
ପଶ୍ଚିମ ଓଡିଶା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପିଲାମାନେ ଏଠାରେ ଅ।ସି କଳା ଶିକ୍ଷା ନେଉଛନ୍ତି। ସ୍ଥାନୀୟ ପିଲା ମାନେ ମଧ୍ୟ ଏଠାରୁ ଶିକ୍ଷାଦାନ ନେଉଛନ୍ତି। ଏଠାରେ ଅତି ଭଲ ଭାବରେ ଶିକ୍ଷାଦାନ ଦିଅ।ଯାଉଥିବା ବେଳେ ଏହା ଅ।ଗାମୀ ଦିନରେ ଅ।ମ ମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି ଛାତ୍ରୀ କହିଥିବା ବେଳେ ଏଠାରେ ଯେଭଳି ଭାବରେ ପିଲାମାନେ ନିଜର କଳା କୃତିର ପ୍ରଦର୍ଶନ କରିଛନ୍ତି ତାହା ଦେଖି ବେଶ ଖୁସି ଲାଗୁଛି ବୋଲି କହିଛନ୍ତି ପ୍ରଦର୍ଶନୀ ଦେଖିବାକୁ ଅ।ସିଥିବା ଦର୍ଶକ। ପଶ୍ଚିମ ଓଡିଶାରେ ରହିଥିବା ଏହି ଏକମାତ୍ର କଳା କଲେଜ ପ୍ରତି ରାଜ୍ୟ ସରକାର ସ୍ଵତନ୍ତ୍ର ଦୃଷ୍ଟି ଦେଲେ ଅ।ଗାମୀ ଦିନରେ ଏଠାରୁ ଅନେକ ଛାତ୍ର/ଛାତ୍ରୀ ଉପକୃତ ହୋଇପାରିବେ।