ବସ୍ଟି ଫୁଲବାଣୀରୁ ଭୁବନେଶ୍ବର ଅଭିମୁଖ ଆସୁଥିବା ବେଳେ ଭୋର ପ୍ରାୟ ୪ଟା ସମୟରେ ବେଗୁନିଆ ବାଘମାରି ପେଟ୍ରୋଲ ପମ୍ପ ସାମ୍ନାରେ ଭାରସାମ୍ୟ ହରାଇ ରାସ୍ତା ପାଖର ଏକ ଖାଲକୁ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ଲୋକେ ରୁଣ୍ଡ ହୋଇଯାଇଥିଲେ। ସମସ୍ତ ଆହତ ସୁସ୍ଥ ଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଏଥିରେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବେପରୁଆ ଗାଡି ଚାଳନା ପାଇଁ ଏହିଭଳି ଦୁର୍ଘଟଣା ଘଟିଛି । ଯେଉଁଠି ବସ୍ରେ ଥିବା ଡ୍ରାଇଭର ସହ ୪ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆ ବାଘମାରୀ ମଝିରେ ଥିବା ପେଟ୍ରୋଲ ପମ୍ପ ସାମ୍ନାରେ ଏ ଦୁର୍ଘଟଣା ଘଟିଛି ।
ବସ୍ଟି ଫୁଲବାଣୀରୁ ଭୁବନେଶ୍ବର ଅଭିମୁଖ ଆସୁଥିବା ବେଳେ ଭୋର ପ୍ରାୟ ୪ଟା ସମୟରେ ବେଗୁନିଆ ବାଘମାରି ପେଟ୍ରୋଲ ପମ୍ପ ସାମ୍ନାରେ ଭାରସାମ୍ୟ ହରାଇ ରାସ୍ତା ପାଖର ଏକ ଖାଲକୁ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ଲୋକେ ରୁଣ୍ଡ ହୋଇଯାଇଥିଲେ। ସମସ୍ତ ଆହତ ସୁସ୍ଥ ଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ପୁରୀ: ରାତି ପାହିଲେ ବିଶ୍ଵନିୟନ୍ତାଙ୍କ ସ୍ନାନଯାତ୍ରା । ଆଜି ଦଇତାପତିମାନେ ମହାପ୍ରଭୁଙ୍କ ସେନାପଟା ଲାଗି କାର୍ଯ୍ୟ କରୁଥିବା ବେଳେ ଦିନ 11 ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଛି । ସେପଟେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ବ ଦେଇଛି ପ୍ରଶାସନ । ମାର୍କେଟ ଛକଠୁ ଅସ୍ଥାୟୀ ବ୍ୟାରିକେଡ଼ ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ସିସିଟିଭି, ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏପଟେ ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଛତିଶା ନିଯୋଗର ସହଯୋଗ ଲୋଡ଼ିଛନ୍ତି ।
ଦେବସ୍ନାନପୂର୍ଣ୍ଣମୀ ଦିନ ମହାପ୍ରଭୁ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ହାତୀବେଶ ପରିଧାନ କରିବେ । ସେଥିପାଇଁ ରାଘବଦାସ ମଠ ଓ ଗୋପାଳତୀର୍ଥ ମଠରେ ମହାପ୍ରଭୁଙ୍କ ହାତୀବେଶ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପବିତ୍ର ଅକ୍ଷୟ ତୃତୀୟା ଠାରୁ ହାତୀବେଶ ପାଇଁ ଅନୁକୂଳ ଆରମ୍ଭ ହୋଇ ସ୍ନାନପୂର୍ଣ୍ନିମା ପର୍ଯ୍ୟନ୍ତ ଏହି ବେଶ ନିର୍ମାଣ ଜାରି ରହିଥାଏ । ସୋଲ,ଜରି, ଜମ୍ବୁରା, କଦଳିପଟ, କଇଁଥ ଅଠାରେ ଶିଳ୍ପୀ ତଥା ବେଶ କାରିଗର ମାନେ ମନଲୋଭା ହାତୀବେଶ ପ୍ରସ୍ତୁତ କରିଥାନ୍ତି । ହାତୀବେଶର ବିଭିନ୍ନ ଅଂଶ ମଧ୍ୟରେ କିଆଫଳି, ଚନ୍ଦ୍ରସୂର୍ଯ୍ୟ, ଡାଳି, କାନ, ଥୋଡ, ହାଣ୍ଡିଆ ରହିଛି ।
ସ୍ନାନମଣ୍ଡପରେ ଜଳଲାଗି ପରେ ମହାପ୍ରଭୁ ଦୁର୍ଲଭ ହାତୀବେଶରେ ସଜ୍ଜିତ ହେବେ। ତେବେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ପ୍ରସ୍ତୁତ କରିବାର ସେବା ଓ ସୁଯୋଗ ପାଇଥିବାରୁ ବେଶ କାରିଗର ମାନେ ନିଜକୁ ଧନ୍ୟ ମନେ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ବାଲେଶ୍ବର : ବାଲେଶ୍ବରରେ ସୁଧୁରୁଛି ସ୍ଥିତି । ସକାଳ 6ରୁ ଦିନ 12ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି । 6 ଘଣ୍ଟା ପାଇଁ ଖୋଲିଛି ଦୋକାନ, ବଜାର । ଏବେବି ବନ୍ଦ ରହିଛି ଇଣ୍ଟରନେଟ୍ ସେବା । ଗୋଷ୍ଠୀ ସଂଘର୍ଷ ଘଟଣାରେ ଗିରଫ ହେଲେଣି 45 ଜଣ । ଗତକାଲି ମଧ୍ୟ ୪ ଘଣ୍ଟା ପାଇଁ କୋହଳ ରହିଥିଲା କର୍ଫ୍ୟୁ ।
ଅଧିକ ପଢନ୍ତୁ : ବାଲେଶ୍ବରରେ ଆଜି ୪ ଘଣ୍ଟା ପାଇଁ କୋହଳ ରହିବ କର୍ଫ୍ୟୁ
ସକାଳ ୭ରୁ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଅର୍ଗସ ବ୍ୟୁରୋ : ବିଶ୍ବ ପାଳୁଛି ଆନ୍ତର୍ଜାତିକ ଯୋଗ ଦିବସ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଶ୍ରୀନଗର ଏସ୍କେଆଇସିସିରେ ପାଳନ ହୋଇଛି ମୁଖ୍ୟ କାର୍ଯ୍ୟକ୍ରମ । ଏହି ଯୋଗ ଅଧିବେଶନରେ ସାମିଲ୍ ହୋଇ ଯୋଗ କରିବା ସହ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଅଧିକ ପଢନ୍ତୁ : ଅନ୍ତର୍ଜାତୀୟ ଯୋଗ ଦିବସ ; ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଯୋଗ
ପ୍ରଧାନମନ୍ତ୍ରୀ କହିଛନ୍ତି, "ଯୋଗ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିଥାଏ । ଯୋଗ ମଣିଷର ଶରୀର, ମନ ଓ ଆତ୍ମାରେ ଏକାଗ୍ରତା ଆଣିଥାଏ । ସାରା ବିଶ୍ବରେ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ବର ପ୍ରାୟ ସମସ୍ତ ବରିଷ୍ଠ ନେତା ନିୟମିତ ଯୋଗ କରିଥାନ୍ତି । ବିଶ୍ବରେ ବଡ ବଡ ବିଶ୍ବବିଦ୍ୟାଳୟରେ ଯୋଗ ଉପରେ ଗବେଷଣା ହେଉଛି । ଯୋଗ କେବଳ ଏକ ବିଦ୍ୟା ନୁହେଁ ଏକ ବିଜ୍ଞାନ । ଯୋଗ ଦ୍ବାରା ନିଯୁକ୍ତିର ନୂଆ ବାଟ ଫିଟିଛି । ଜର୍ମାନୀରେ ଦେଢକୋଟି ଯୋଗ ପ୍ରଶିକ୍ଷକ ଅଛନ୍ତି । ସାଉଦୀ ଆରବରେ ଯୋଗ ହେଉଛି ଶିକ୍ଷାର ଏକ ଅଂଶ । ଯୋଗ ମଣିଷର ଶରୀର, ମନ ଓ ଆତ୍ମାରେ ଏକାଗ୍ରତା ଆଣିଥାଏ ।