ଏବେ ରାଜ୍ୟରେ ଚିକିତ୍ସାଧୀନ ଅଛନ୍ତି ୨୬୯୭ ଜଣ କରୋନା ସଂକ୍ରମିତ। ଅନ୍ୟପଟେ ଦେଶରେ ବି ମାଡିଚାଲିଛି କରୋନା। ଗତ ୨୪ ଘଣ୍ଟାରେ ୪୨ଜଣଙ୍କ ମୃତୁ ହୋଇଥିବା ବେଳେ ଦିନକରେ ୧୨ ହଜାର ୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅଧିକ ପଢନ୍ତୁ :ଝରିଗାଁରେ 10 ଛାତ୍ର କୋଭିଡ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ। ୫ ଶହ ମୁହାଁ ଦୈନିକ ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ମୋଟ ପଜିଟିଭ ସଂଖ୍ୟା ୧୩ଲକ୍ଷ ୪୧ ହଜାର ୨୦୧କୁ ବୃଦ୍ଧି ହୋଇଛି।
ଏବେ ରାଜ୍ୟରେ ଚିକିତ୍ସାଧୀନ ଅଛନ୍ତି ୨୬୯୭ ଜଣ କରୋନା ସଂକ୍ରମିତ। ଅନ୍ୟପଟେ ଦେଶରେ ବି ମାଡିଚାଲିଛି କରୋନା। ଗତ ୨୪ ଘଣ୍ଟାରେ ୪୨ଜଣଙ୍କ ମୃତୁ ହୋଇଥିବା ବେଳେ ଦିନକରେ ୧୨ ହଜାର ୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅଧିକ ପଢନ୍ତୁ :ଝରିଗାଁରେ 10 ଛାତ୍ର କୋଭିଡ ପଜିଟିଭ ଚିହ୍ନଟ
ଅର୍ଗସ ବ୍ୟୁରୋ: ଚାଲିଛି ଭୋଟ ଗଣତି। ଦେଶର ୪ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ ତା’ର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିଛି ।
ମଧ୍ୟପ୍ରଦେଶରେ ବିଜେପି ୧୪ଟି ଆସନରେ ଓ କଂଗ୍ରେସ ୧୮ଟି ଆସନରେ ଆଗୁଆ ରହିଛି । ରାଜସ୍ଥାନରେ ବିଜେପି ୨୧ଟିରେ ଆସନରେ ଆଗୁଆ ରହିଛି । ଛତିଶଗଡ଼ରେ ବିଜେପି ୧୫ଟିରେ ଓ କଂଗ୍ରେସ ୧୫ଟି ଆସନରେ ରହିଛି । ସେହିପରି ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ୧୦ଟିରେ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି । ଆଗକୁ ଭୋଟ ଗଣତି ଜାରି ରହିବା ସହିତ ଭୋଟ ବ୍ୟବଧାନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
ମଧ୍ୟପ୍ରଦେଶରେ 230 ଆସନ ପାଇଁ 2 ହଜାର 5 ଶହ 33 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ରାଜସ୍ଥାନରେ 199 ଆସନରେ 18 ଶହ, ଛତିଶଗଡ଼ରେ 90 ଆସନରେ 1 ହଜାର 1 ଶହ 81 ଏବଂ ତେଲଙ୍ଗାନାରେ 119 ଆସନରେ 2 ହଜାର 2 ଶହ 90 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଡିଭାଇଡର ଭାଙ୍ଗି ବସ୍ କୁ ପିଟିଲା କାର୍ । ଏହି ଦୁର୍ଘଟଣାରେ ଜଣେ ମୃତ ହୋଇଥିବାବେଳେ ୩ ଣ ଗୁରୁତର ଥିବା ସୂଚନା। ମୃତକ ଜଣଙ୍କର ପରିଚୟ ମିଳିନି। କାର ଟି ପଟିଆରୁ ଡ଼ମାନ ଆଡକୁ ଯାଉଥିଲା । କାର ଟି ଦ୍ରୁତ ଗତିରେ ଯାଉଥିଲା ବୋଲି ସୂଚନା। ନିୟନ୍ତ୍ରଣ ହରାଇ ଡିଭାଇଡର ପିଟି ହୋଇ ଡ଼ମାନ ପଟୁ ଆସୁଥିବା ବସକୁ ପିଟି ଥିଲା । ବସକୁ ପିଟି ହୋଇ ଉଡିଥିଲା କାର । କାର ରେ ଥିଲେ 4 ଜଣ । 3 ଆହତ କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସର ତଦନ୍ତ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜିର ଦିନ ଆପଣଙ୍କର କେମିତି କଟିବ ତାକୁ ନେଇ ଚିନ୍ତାରେ କି। ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ।
ମେଷ-
ପାରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ବ୍ୟବସାୟରେ ସମସ୍ୟା ସତ୍ୱେ ଲାଭ ଆଦି ଫଳ ଭୋଗ କରିବେ । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ୟ୍ୟରେ ନିୟୋଜିତ ହୋଇପାରନ୍ତି । ପରୋକ୍ଷ ଶତୃତା ଲାଗିରହିବ । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ
ବୃଷ-
ଜୀବନ ସାଥିଙ୍କ ସହିତ ମଧୁର ସମ୍ବନ୍ଧ ରହିବ । ବିଦ୍ୟାର୍ଥି ମାନେ ଏକାଗ୍ରତା ରକ୍ଷା କରିବେ । ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୈଖିନ ଦ୍ରବ୍ୟ ସଂଗ୍ରହ କରିବେ । ଶତୃମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି । କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ। ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ
ମିଥୁନ-
ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି । କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି । ରାଜନୀତିରେ କୈାଣସି ପଦ ବ୍ୟକ୍ତିଙ୍କ ସାନିଦ୍ଧ୍ୟ ପାଇ ପାରନ୍ତି । ବେପାର ବୃତିରେ ସଫଳତା ହାସଲ କରିବେ
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାମାଜିକ ସହଯୋଗ ଲାଭ କରିବେ । ଶିକ୍ଷା କ୍ଷେତ୍ରରେ କୈାଣସି ଶୁଭ ସମାଚାର ମଧ୍ୟ ମିଳିପାରେ । ଗୃହିଣୀ ମାନେ ଗୃହପୋକରଣ ସଂଗ୍ରହ କରି ପାରନ୍ତି । ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଯେଉଁ କାର୍ୟ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ
ସିଂହ-
ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ ।ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ କ୍ଷ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ
କନ୍ୟା-
ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ସନ୍ତାନ ଚିନ୍ତା ଦେଖା ଦେଇପାରେ । ଅଫିସରୁ ଆସିଲା ବେଳେ ନିଜ ମନ ପସନ୍ଦର ଜିନିଷ ଟିଏ କିଣିକି ଆଣିବାରେ ସମର୍ଥ ହେବେ କ୍ଷ ଛାତ୍ରଛାତ୍ରିମାନେ ପରୀକ୍ଷାରେ ଉତମ ଫଳ ପ୍ରଦର୍ଶନ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଗରିବଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ
ତୁଳା-
ଜୀବନରେ ନୂଆ ସଂକେତ ମିଳିପାରେ । ବନ୍ଧୁ , ବର୍ଗଙ୍କ ସହିତ ସଂପର୍କ ମଜବୁତ୍ ରହିବ । ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ । ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ କ୍ଷ ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
ବିଛା-
କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ । କ୍ୟାରିୟରେ ନୂଆ କିର୍ତୀ ମାନ ସ୍ଥାପନ କରିବେ । ସରକାରୀ ସ୍ଥରରେ କେତେକ ସୁବିଧା ପାଇବା ହେତୁ ଖୁସି ରହିବେ । ଦୁର୍ଘଟଣାର ଶିକାର ହୋଇପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖି ବା ଜରୁରୀ ଅଟେ । ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ । ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ । ଚଳଚିତ୍ରରେ ସୁନାମ ଅର୍ଜନ କରିପାରନ୍ତି
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି ଜ୍ଝ ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ ଜ୍ଝ ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତମ ରୋଜଗାର ହେବ ।
ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି। ପଡୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢାଇବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ
କୁମ୍ଭ-
ଅସ୍ୱାସ୍ଥ୍ୟ କର ପରିସ୍ଥିତିକୁ ନେଇ ଚିନ୍ତା ଗ୍ରସ୍ତ ରହିବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ । ସମ୍ପର୍କୀୟ ବନ୍ଧୁଙ୍କ ସାହାର୍ୟ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ-
ବାଣିଜ୍ୟ ବ୍ୟବସାୟ ମଧ୍ୟମ ଧରଣର ରହିବ । ପ୍ରେମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ରାଜନୀତିରେ କୈାଣସି କାମକୁ ହାତକୁ ନେବେ ମହିଳା ମାନେ ଇଶ୍ୱର ବିଶ୍ୱାସି ହେବେ । ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଗୋମାତାଙ୍କୁ ଗୁଡ,ବୁଟ, ପାଚୀଲା କନ୍ଦଳୀ ଖାଇବାକୁ ଦିଅନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର: