ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ସପ୍ତଶଯ୍ୟା ପାହାଡ଼ ବୁଲି ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର ହୋଇଛନ୍ତି।ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା, ବନ ବିଭାଗ ପୋଲିସ ଦ୍ୱାରା ସୁରକ୍ଷିତ ଉଦ୍ଧାର କରାଯାଇଛି। ଜଣେ ଲୋକାଲ ଛାତ୍ରଙ୍କ ସହ କଟକ ଅଞ୍ଚଳର ଅନ୍ୟ ଚାରିଜଣ ଛାତ୍ର ସପ୍ତଶଯ୍ୟା ବୁଲିବା ପାଇଁ ଆସିଥିଲେ।ପାହାଡ଼ ଚଢିବା ସମୟରେ ବାଟବଣା ହୋଇ ଅନ୍ୟ ଏକ ପାହାଡକୁ ଚାଲିଯାଇଥିଲେ।ପରେ ସନ୍ଧ୍ୟା ଓ ବର୍ଷା ହେବାରୁ ଆଉ ବାଟ ପାଇବା ସେମାନଙ୍କ ପାଖରେ ସମ୍ଭବ ହୋଇନଥିଲା।ଏନେଇ ସେମାନେ ଘର ଲୋକଙ୍କୁ ଖବର ଦେଇଥିଲେ।ଖବର ପାଇ ପୋଲିସ ଓ ବନ ବିଭାଗର ଟିମ୍ ସେମାନଙ୍କୁ ଖୋଜାଖୋଜି କରିଥିଲା।ଦୀର୍ଘ ୬ରୁ ସାତ ଘଣ୍ଟାର ପରିଶ୍ରମ ପରେ ପ୍ରାୟ ରାତି ସାଢ଼େ ଗୋଟାଏ ସମୟରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।ତେବେ ଉଦ୍ଧାର ସମସ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : "ମୁଁ ପୂର୍ବରୁ କହିଥିଲି 100 ଦିନ ମଧ୍ୟରେ ସୁଭଦ୍ରା ଯୋଜନା ଉପରେ ନିଷ୍ପତ୍ତି ନିଆଯିବ ବୋଲି । ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିବେ ସେ ଆସିବା ପରେ ଏହା ଶୁଭାରମ୍ଭ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରଙ୍କ ତରଫରୁ ନୋଟିଫିକେସନ ବାହାରିନି । କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । "
ଅଧିକ ପଢନ୍ତୁ : ମୋଦିଙ୍କ ଜନ୍ମଦିନରେ ଶୁଭାରମ୍ଭ ହେବ `ସୁଭଦ୍ରା’ ଯୋଜନା
ସୁଭଦ୍ରା ଯୋଜନାକୁ ନେଇ ସ୍ପଷ୍ଟ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୂର୍ବରୁ ସୁଭଦ୍ରା ଯୋଜନା ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ।
ଅର୍ଗସ ବ୍ୟୁରୋ: ବିଶ୍ୱସ୍ତରୀୟ ସମର୍ଥନ ମଧ୍ୟରେ ଘରୋଇ ଷ୍ଟକ୍ ବଜାର ବୁଧବାର ଏକ ନୂତନ ଇତିହାସ ସୃଷ୍ଟି କରିଛି | ଆଜି, ବେପାର ଆରମ୍ଭ ହେବା ମାତ୍ରେ ହିଁ ସେନ୍ସେକ୍ସ 570 ରୁ ଅଧିକ ପଏଣ୍ଟକୁ ପାର କରି ପ୍ରଥମ ଥର ପାଇଁ 80 ହଜାର ମାର୍କ ଅତିକ୍ରମ କରିଛି | ଯଦିଓ କାରବାରର ପ୍ରଥମ ମିନିଟରେ ବଜାରର ଗତି ଟିକେ ମନ୍ଥର ହୋଇଗଲା, କିନ୍ତୁ ଏହାପୂର୍ବରୁ ଆଜୀବନ ଉଚ୍ଚ ସ୍ତରର ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି | ସେନସେକ୍ସ 80,039.22 ପଏଣ୍ଟରେ ଏକ ନୂତନ ଶିଖରକୁ ଛୁଇଁଲା ଏବଂ ନିଫ୍ଟି 24,291.75 ପଏଣ୍ଟ୍ର ଏକ ନୂତନ ଶିଖରକୁ ଛୁଇଁଲା ।
ସକାଳ 9.20 ରେ, ସେନ୍ସେକ୍ସ 79,800 ପଏଣ୍ଟ ନିକଟରେ 358.44 ପଏଣ୍ଟ (0.45 ପ୍ରତିଶତ) ଲାଭ କରିଥିଲା। ଯେଉଁଠାରେ ନିଫ୍ଟି 107.80 ପଏଣ୍ଟ (0.45 ପ୍ରତିଶତ) ଲାଭ ସହିତ 24,232 ପଏଣ୍ଟ ନିକଟରେ ଥିଲା | ବିଏସ୍ଇ ସେନ୍ସେକ୍ସ ପ୍ରି-ଓପନ୍ ଅଧିବେଶନରେ 750 ରୁ ଅଧିକ ପଏଣ୍ଟକୁ ଡେଇଁ 80 ହଜାର ମାର୍କ ଅତିକ୍ରମ କରି ପାଖାପାଖି 80,200 ପଏଣ୍ଟରେ ପହଞ୍ଚିଛି। ପ୍ରାୟ 170 ପଏଣ୍ଟ ହାସଲ କରି ନିଫ୍ଟି 24,300 ପଏଣ୍ଟରେ ପହଞ୍ଚିଥିଲା | ବଜାର ଖୋଲିବା ପୂର୍ବରୁ, GIFT ସିଟିରେ ନିଫ୍ଟି ଭବିଷ୍ୟତ ପ୍ରାୟ 140 ପଏଣ୍ଟ ହାସଲ କରି 24,340 ପଏଣ୍ଟ ନିକଟରେ ଥିଲା | ଏହା ସୂଚାଇ ଦେଉଥିଲା ଯେ ବଜାର ଆଜି ଏକ ଭଲ ଆରମ୍ଭ କରିପାରିବ ଏବଂ ନୂତନ ରେକର୍ଡ ସୃଷ୍ଟି କରିପାରିବ |
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢନ୍ତୁ : ରତ୍ନ ଭଣ୍ଡାର ଖୋଲିବା ନିଶ୍ଚିତ । ନିଷ୍ପତ୍ତି ସରିଛି । ଖୁବଶୀଘ୍ର ଏ ନେଇ ମୋଡ଼ାଲିଟ ପ୍ରସ୍ତୁତ ହେବ । ବୈଠକ ପରେ ତାରିଖ ମଧ୍ୟ ସରକାର ଘୋଷଣା କରିବେ ଏବଂ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବେ । କିନ୍ତୁ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ରେ ରତ୍ନ ଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚାଲିଛି ତାହା ଗୁଜବ । ଗୁଜବ କୁ ଲୋକେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଅପିଲ କଲେ ଆଇନ ମନ୍ତ୍ରୀ ।
ଅଧିକ ପଢନ୍ତୁ : ଜୁଲାଇ ୮ରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାମ
ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ନାନା ପ୍ରକାରର ଗୁଜବ ମିଛ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲାହେବା ତାରିଖ ଘୋଷଣା କରାଯିବ ।