ଏସସିବି ମେଡ଼ିକାଲ ଫାର୍ମାସିଷ୍ଟ ବିଶ୍ବମ୍ବର ଭୋଳଙ୍କୁ ସୁପାରୀ ଦେଇ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା । ଗୋଟିଏ ଫାର୍ମାସିଷ୍ଟ କମ୍ପାନୀ ବିଶ୍ବମ୍ବରଙ୍କୁ ହତ୍ୟା କରିବା ପାଇଁ ଅପରାଧୀ ଗୋଷ୍ଠୀଙ୍କୁ ସୁପାରୀ ଦେଇଥିଲା । ତେବେ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଦିବ୍ୟ ରଞ୍ଜନ ମହାନ୍ତି, ଦିନେଶ ମହାନ୍ତି, ରଞ୍ଜନ ବେହେରା, ଅଭିନାଶ ମହାରଣା, ବି ସିମାଲୁ ଓ ଚନ୍ଦନ ସେନାପତି ।
ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, ଗୋଟିଏ ସ୍କୁଟି, ୫ ଟି ମୋବାଇଲ, ଗୋଟିଏ ଷ୍ଟିଲ୍ ରଡ୍ ଜବତ କରିଛି ପୋଲିସ । ଗତ ୧୨ ତାରିଖ ସନ୍ଧ୍ୟା ବେଳେ ଏସସିବି ମେଡିକାଲ ନିକଟରେ ଯୋଜନାବନ୍ଧ ଭାବେ ବିଶ୍ବମ୍ବରଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା। ତାଙ୍କୁ ଗାଳିଗୁଲଜ କରିବା ସହ ଷ୍ଟିଲ ରଡରେ ପିଟିପିଟି ତାଙ୍କ ଗୋଡ ଭାଙ୍ଗି ଦେଇଥିଲେ ଦୂର୍ଣୁର୍ତ୍ତ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।