ସେ ଆହୁରି କହିଛନ୍ତି ଯେ, ତୃତୀୟ ଲହର ପ୍ରଭାବ କେମିତି ରହିବ ତିନୋଟି ଦିଗ ଉପରେ ନିର୍ଭର କରେ । ଗୋଟିଏ ହେଲା କୋଭିଡ ନିୟମକୁ ମାନିବା, ଦ୍ୱିତୀୟଟି ହେଲା ଟୀକାକରଣ ଓ ତୃତୀୟଟି ହେଲା ଭାଇରସ ପରିବର୍ତ୍ତନ ରୂପ । ଏଥିରେ କେବଳ ଶିଶୁ ନୁହେଁ ଅନ୍ୟମାନେ ବି ସଂକ୍ରମିତ ହେବେ । ସେହିପରି ମେ 15ରୁ 25 ପର୍ଯ୍ୟନ୍ତ କୋରନା ପିଜିଟିଭରେ ପିକ୍ ଥିଲା । ଏବେ 25 ତାରିଖଠୁ କମିବା ଆରମ୍ଭ କରିଛି । ଭୁବନେଶ୍ୱର କଟକ ଓ ଢେଙ୍କାନାଳ ଭଳି ଜାଗାରେ ଟିକିଏ ସଂକ୍ରମଣ ଅଧିକ ରହୁଛି । ଆଉ 10 ରୁ 15 ଦିନ ଭିତରେ ସ୍ଥିତିରେ ସୁଧାର ଆସିଯିବ ।
ମୃତ୍ୟୁ ହାରରେ ଜାତୀୟ ସ୍ତରଠୁ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଛି । ମୃତ୍ୟୁ ସଂଖ୍ୟା ବଢିବାର କାରଣ କୋଭିଡ ରୋଗୀଙ୍କର ଅନ୍ୟ ରୋଗ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଆଉ କେତେକ କ୍ଷେତ୍ରରେ ଦେଖାଯାଉଛି ଲୋକମାନେ ପ୍ରଥମରୁ ଅବହେଳା କରୁଛନ୍ତି, ରୋଗ ସମ୍ପର୍କରେ ଲୁଚାଉଛନ୍ତି । ଯେଉଁଥିପାଇଁ ମେଡ଼ିକାଲ ଆସିବା ବେଳକୁ ସେମାନେ କ୍ରିଟିକାଲ ହୋଇ ପଡୁଛନ୍ତି । ଯାହା ଫଳରେ ମୃତ୍ୟୁ ସଂଖ୍ୟା ବଢ଼ୁଛି।
ସେପଟେ ଟିକାକରଣ ନେଇ ସେ କହିଛନ୍ତି, କୋଭିସିଲଡ଼ ଓ କୋଭାସ୍କିନ କମ୍ପାନି ତାଙ୍କର ପ୍ରଡକସନ ବଢ଼ାଇସାରିଛନ୍ତି । ଅନ୍ୟ ବିଦେଶୀ କମ୍ପାନୀ ମାନଙ୍କ କ୍ଷେତ୍ରରେ ବି ସର୍ତ୍ତାବଳୀକୁ ପରିବର୍ତ୍ତନ କରାଯାଇଛି । ଯାହା ସରକାର ଆକଳନ କରିଛନ୍ତି ସେହି ଅନୁସାରେ ଡିସେମ୍ବର ସୁଦ୍ଧା ଦେଶର ସମସ୍ତଙ୍କୁ ଟୀକାକରଣ ଶେଷ ହୋଇ ଯାଇଥିବ ।
ସେହିପରି ବ୍ଲାକ ଫଙ୍ଗସ ସଂକ୍ରମଣ ଓଡ଼ିଶାରେ କଣ୍ଟ୍ରୋଲ ଷ୍ଟେଜରେ ଅଛି । ସରକାର ବି ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆମ ରାଜ୍ୟରେ ବହୁତ କମ୍ ରି-ଇନଫେକସନ ହେଉଛି । ରାଜ୍ୟରେ ଏହା ର ପରିମାଣ ମାଇନସ 1 ପ୍ରତିଶତ ରହିଛି । ବିଶେଷ କରି ହସ୍ପିଟାଲ ଓ ହେଲଥ ୱାର୍କର ମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଉଛି । ଏହା ସହ ଟୀକା ନେବା ପରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେହିଭଳି କିଛି କେସକୁ ଅନୁଧ୍ୟାନ କରାଯାଉଛି । କିଛି ଜାଗାରେ ପରିଲକ୍ଷିତ ହେଉଛି ଟୀକାର ଦୁଇଟି ଡୋଜ ନେବା ପରେ ବି ଲୋକଙ୍କ ଭିତରେ ଆଣ୍ଟିବଡ଼ି ଡେଭଲପ ହେଉନି । ଏହା କେବଳ ସେହି ଲୋକମାନଙ୍କର ଇମିନ୍ୟୁଟି ପାୱାର ଉପରେ ନିର୍ଭର କରୁଛି ।