ନୂଆଦିଲ୍ଲୀ: ନପୁଂସକତା ଗୋଟେ ପୌରୁଷହୀନ ପୁରୁଷର ଜୀବନ। ଭାବିଲା ବେଳକୁ ଚମଡିପଡିଲା ଭଳି ଶବ୍ଦଟିଏ। ଆପଣ ଭାବୁଥିବେ, ଆମ ସାମଜରେ ଏମିତି କେତେ ଲୋକ ଥିବେ। ଯେଉଁମାନେ ଦେଖିବାକୁ ପୁରୁଷ ହୋଇଥିବେ। କିନ୍ତୁ ଭିତରୁ ଭିତରୁ ନିଜ ପୌରୁଷହୀନତା ତାଙ୍କୁ ପ୍ରତିନିୟତ ମାରୁଥିବ। ବଞ୍ଚିବାର ଆଶା ଛାଡି ଦେଇଥିବେ ସେମାନେ।
ଦର୍ଶକବନ୍ଧୁ ଆମ ସମାଜରେ ଏମିତି ଅଭିଶପ୍ତ ଜୀବନ ବଞ୍ଚୁଥିବା କିଛି ବ୍ୟକ୍ତିଙ୍କୁ ନପୁଂସକ କୁହାଯାଏ। ନାରୀର ଅବଦମିତ ଇଚ୍ଛାକୁ ଚରିତାର୍ଥ କରିବାକୁ ଏମାନେ ଅସମର୍ଥ। ରାତିର ରତି ସ୍ମରଣ ମାତ୍ରକେ ହୀନ, ଅସାର ମନେ କରୁଥିବା ମଣିଷ ଏମାନେ। ସାଂସାରିକ ସଖରୁ ବଞ୍ଚିତ। ହେଲେ କ'ଣ ପାଇଁ ଜଣେ ପୁରଷ ଭିତରେ ଏ ଅସାର ପଣିଆ, ଆପଣ ଜାଣନ୍ତି କି ?
କେଉଁ ଗ୍ରହ ଦୋଷରେ ମଣିଷ ନପୁଂସକ ହୁଏ
କ'ଣ ଏହାର ପ୍ରତିକାର ?
ଜ୍ୟେତିଷ୍ୟ ଶାସ୍ତ୍ରରେ ୯ ଗ୍ରହ ବିଷୟରେ କୁହାଯାଇଛି। ଏହି ନବଗ୍ରହମାନଙ୍କ ମଧ୍ୟରୁ କେତୁ, ବୁଧ ଏବଂ ଶନିଙ୍କୁ ନପୁଂସକ ଗ୍ରହ ଭାବେ ବର୍ଣ୍ଣନା କରାଯାଇଛି। ଏହି ଗ୍ରହମାନେ ନିଜ ନିଜ ସ୍ଥିତି ଅନୁସାରେ ପୁରୁଷ ଏବଂ ସ୍ତ୍ରୀଙ୍କ ମଧ୍ୟରେ ନଂପୁସକ ଗୁଣ ଦେଖିଥାନ୍ତି। ଯଦି ଜାତକରେ ଶୁକ୍ର ସହିତ ଶନି ବା ରାହୁ ଅବସ୍ଥାପିତ କରନ୍ତି ତେବେ ପୁରୁଷ ନଂପୁସକ ହୁଏ।
ଯେତେବେଳେ ରାହୁ କିମ୍ବା କେତୁ ଜଣେ ବ୍ୟକ୍ତିର ରାଶିରେ ଗ୍ରହର ଅଷ୍ଟମ ଘରେ ଅବସ୍ଥାପିତ ଥାନ୍ତି , ଅନ୍ୟପଟେ, ଯଦି ତାଙ୍କ ସହିତ ଶୁକ୍ର କିମ୍ବା ଚନ୍ଦ୍ର ଅଛନ୍ତି, ତେବେ ବ୍ୟକ୍ତି ଯୌନ ଇଚ୍ଛା ହରାଇଥାନ୍ତି। ଯାହାଦ୍ୱାରା ବ୍ୟକ୍ତଟି ନପୁଂସକତାର ଶିକାର ହୁଏ। ସମ୍ଭୋଗ କରିବାକୁ ଇଛା ପ୍ରକାଶ କରି ନ ଥାଏ। ସେହିପରି ଜନ୍ମ କୁଣ୍ଡଳୀର ଚନ୍ଦ୍ର ଦ୍ୱିତୀୟ ଘରେ, ରାହୁ ସପ୍ତମ ଘରେ ଏବଂ ଦ୍ୱାଦଶ ଘରେ ଶନି ଅବସ୍ଥାପିତ କରିଥାନ୍ତି । ସେହି ସମୟରେ ବ୍ୟକ୍ତି ଅତ୍ୟଧିକ ମଦ୍ୟପାନ ହେତୁ ଶକ୍ତିହୀନତାର ଶିକାର ହୋଇଥାନ୍ତି। ଯାହା ନପୁଂସକତାର କାରଣ ପାଲଟିଥାଏ।
ଯେତେବେଳେ ଜନ୍ମ କୁଣ୍ଡଳୀରେ ବୁଧ ଏବଂ ଶନି ସପ୍ତମ ଘରେ କିମ୍ବା ଅଷ୍ଟମ ଘରେ ଏକାଠି ବସିଥାନ୍ତି ସେତେବେଳେ ଏହି ନଂପୁସକାତା ଦୋଷ ଗ୍ରାସ କରିଥାଏ।
ଜ୍ୟୋଜିଷ ଶାସ୍ତ୍ରରେ ନପୁଂସକତାର ଉପଚାର
ଜ୍ୟୋଜିଷ ଶାସ୍ତ୍ର ଅନୁସାରେ ଦୁର୍ବଳ ଗ୍ରହକୁ ପୂଜା କରି କିମ୍ବା ରୀତିନୀତି ଅନୁଯାୟୀ ନିୟମ ଏବଂ ଔଷଧୀୟ ଚିକିତ୍ସା ଦ୍ୱାରା ନଂପୁସକତା ରୋଗ ଆରୋଗ୍ୟ ହୋଇପାରିବ |
ଅଧିକ ଦେଖନ୍ତୁ ଭିଡିଓ :
ନଂପୁସକାର ରୋଗରୁ ମୁକ୍ତି ପାଇବା ପାଇଁ ରତ୍ନ ଉପଚାର ଅନ୍ୟ ଏକ ଉପାୟ ମଧ୍ୟ। ରତ୍ନର ବ୍ୟବହାର ଯଥା ଶ୍ୱେତ ପୋଖରାଜ, ଫିରୋଜା ଏବଂ ହୀରା ଧାରଣ ଦ୍ୱାରା ଏହି ନଂପୁସକ ରୋଗରୁ ଉପଚାର ମିଳିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।
ହିନ୍ଦୁ ଧର୍ମରେ ଗ୍ରହମାନଙ୍କ ବିଶେଷ ମହତ୍ୱ ରହିଛି। ପିଲା ଜନ୍ମ ହେଲେ ତାର ଜାତକ ତିଆରି ହୋଇଥାଏ। ସେହିପରି ବିବାହ ସମୟରେ ପୁଅ ଝିଅଙ୍କ ଜାତକ ଦେଖାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଅନୁସାରେ ମଣିଷଙ୍କ ନିକଟରେ କାମବାସନା ଏବଂ ନଂପୁସକତା ଦେଖାଦେଇଥାଏ।