ଏହି ଘଟଣାରେ ଜିଲ୍ଲା ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରଞ୍ଜନ ଭୋଇ ଙ୍କୁ କୋର୍ଟ ଫରୱାର୍ଡ଼ କରାଯାଇଛି। ଜବତ ବ୍ରାଉନ ସୁଗାର ମୂଲ୍ୟ 6 ଲକ୍ଷ୍ୟ 50 ହଜାର ବୋଲି ଜଣା ପଡିଛି। ଦିନକୁ ଦିନ ବ୍ରାଉନ ସୁଗାର ମାଫିଆଙ୍କ ରାଜ ବଢ଼ି ବଢ଼ି ଚାଲିଛି। ପୋଲିସ ଏ ଉପରେ ଅଧିକରୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହୋଇପଡୁଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଅବକାରୀ ବିଭାଗର ଚଢ଼ାଉ, ବେପାରୀ ଗିରଫ

ଅର୍ଗସ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଆଉ ଏକ ସଫଳତା l ପୁଣି ଏକ ବ୍ରାଉନ ସୁଗାର ବେପାରୀକୁ ଧରିବାରେ ସକ୍ଷମ ହୋଇଛି ଜିଲ୍ଲା ଅବକାରୀ ବିଭାଗ l ସୂଚନା ଯୋଗ୍ୟ ଅନୁସାରେ ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ବୈଜୟନ୍ତି ପଣ୍ଡାଙ୍କ ନେତୃତ୍ବରେ ଏକ ମୋବାଇଲ ଟିମ କଲେଜ ଛକ ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବା ସମୟରେ ଅଚାନକ ଚଢ଼ାଉ କରି 65 ଗ୍ରାମର ବ୍ରାଉନ ସୁଗାର ଧରିବାରେ ସକ୍ଷମ ହେବା ସହିତ ବ୍ରାଉନ ସୁଗାର ବେପାରୀ ରଞ୍ଜନ ଭୋଇକୁ ମଧ୍ୟ ଗିରଫ କରିଥିଲା l
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
