ଅର୍ଗସ ବ୍ୟୁରୋ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନ। ପଦ ଓ ଗୋପନୀୟତାର ଶପଥ କରାଇଲେ ଏଲଜି। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ।ଅନ୍ୟପଟେ ନୂଆ ମନ୍ତ୍ରୀମଣ୍ଡଳର ବି ଶପଥ ଗ୍ରହଣ କରୁଛି। ଅରବିନ୍ଦ କେଜ୍ରିଓ୍ବାଲଙ୍କ ଇସ୍ତାଫା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ। ଆତିଶୀ ମାର୍ଲେନା ବର୍ତ୍ତମାନ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅଛନ୍ତି। ଏଥିସହ ଅର୍ଥ, ପର୍ଯ୍ୟଟନ, କଳା ଓ ସଂସ୍କୃତି ବିଭାଗ ମଧ୍ୟ ତାଙ୍କ ଦାୟିତ୍ୱରେ ଅଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଆପକୁ କେମିତି ମ୍ୟାନେଜ କରିବେ ଆତିଶୀ,ତା ଉପରେ ସମସ୍ତଙ୍କ ନଜର ରହିଛି
ଅର୍ଗସ ବ୍ୟୁରୋ: ଭିତର ରତ୍ନଭଣ୍ଡାରେ ରହିଛି କି କିଛି ଗୁପ୍ତ ଅଳଙ୍କାର ? ବନ୍ଦ ଝରକା ପଛରେ କି ରହସ୍ୟ ଲୁଚିଛି ? ଏ ସବୁ ପ୍ରଶ୍ନ ଉପରୁ ଖୁବଶୀଘ୍ର ଉଠିବାକୁ ଯାଉଛି ପରଦା। ଭିତର ରତ୍ନ ଭଣ୍ଡାରର ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିର ଭିତରକୁ ଯାଇ ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରର ଗ୍ରାଉଣ୍ଡ ପେନିଟ୍ରେଟିଂ ସର୍ଭେ କରିଛନ୍ତି ବୈଷୟିକ ଟିମ୍। ଯଦିଓ ଆଜି ଏହି ସର୍ଭେ ଅସମ୍ପୂର୍ଣ୍ଣ ରହିଛି ହେଲେ ଆସନ୍ତାକାଲି ମଧ୍ୟ ସର୍ଭେ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜି ଅପରାହ୍ନରେ ଏନ୍ ଜି ଆର୍ ଆଇ ମୁଖ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜଷ୍ଟିସ ବିଶ୍ୱନାଥ ରଥ ଙ୍କ ସମେତ ୨୨ ଜଣିଆ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନଭଣ୍ଡାରର ସର୍ଭେ କରିଥିଲେ। ଏହି ଟିମରେ ଏନ୍ ଜି ଆର ଆଇ ର ୩ଜଣଙ୍କ ବୈଜ୍ଞାନିକଙ୍କ ସମେତ ସାମିଲ ହୋଇଥିଲେ ASIର ୩ ଜଣ ବିଶେଷଜ୍ଞ। ଦୁଇଟି କଣ୍ଟ୍ରୋଲ ୟୁନିଟ, ୩ଟି ରାଡର ୟୁନିଟ ବା ଆଣ୍ଟିନା ଓ ଗୋଟିଏ କାର୍ଟ, ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା।
୨୦୦ ,୪୦୦,୯୦୦ ମେଗାହାର୍ଜ୍ ର ତିନିଟି ଆଣ୍ଟିନା ରହିଛି ।୧୦ ମିଟର ପର୍ଯ୍ୟନ୍ତ ଅନୁସନ୍ଧାନ କରିପାରିବ ଏହି ପେନିଟ୍ରେଟିଂ ସିଷ୍ଟମ। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପେନିଟ୍ରେଟ୍ଟିଂ ରାଡର ସର୍ଭେ କରାଯିବ। ଭିତର ରତ୍ନଭଣ୍ଡାର ମରାମତି ହେବା ପୂର୍ବରୁ ଆସିବ ଚୁଡାନ୍ତ ରିପୋର୍ଟ । ତେବେ ସର୍ଭେ ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଅପରାହ୍ନରେ କିଛି ଘଣ୍ଟା ପାଇଁ ସର୍ବସାଧାରଣ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ଭକ୍ତ ଆନନ୍ଦବଜାର ଯାଇ ମହାପ୍ରସାଦ ସେବନ କରିପାରିବେ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ସେପ୍ଟେମ୍ବର 7 ତାରିଖ। ଢେଙ୍କାନାଳ ଭାପୁର କମ୍ୟୁନିଟି ସେଣ୍ଟରରେ ଆଶ୍ରୟ ନେଇଥିବା ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମର ଅଭିଯୋଗ ଆସିଲା । ତୁରନ୍ତ ଆକ୍ସନ୍ ମୋଡକୁ ଆସିଲେ ରାଜ୍ୟ ସରକାର । ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦୁଇ ଦିନ ଭିତରେ ଗିରଫ ହେଲେ ସମସ୍ତ 7 ଜଣ ଅଭିଯୋଗ।
17 ସେପ୍ଟେମ୍ବର। ନବରଂଗପୁର ତେନ୍ତୁଳିଖୁଣ୍ଟି ବ୍ଲକ୍ କଣ୍ଟାଗାଁ ସଦର ପଂଚାୟତ ସରକାରୀ ହାଇସ୍କୁଲ ନିକଟରୁ ଉଦ୍ଧାର ହେଲା ନାବାଳିକାଙ୍କ କ୍ଷତାକ୍ତ ମୃତଦେହ। ଦୁଷ୍କର୍ମ ପରେ ହତ୍ୟା ନେଇ ଆସିଲା ଅଭିଯୋଗ। ତଦନ୍ତ କରୁଛି ନବରଂଗପୁର ପୋଲିସ ସହ ସାଇଣ୍ଟିଫିକ ଟିମ୍। ଘଟଣା ଦିନ ରାତିରେ ନାବାଳିକାଙ୍କ ଘରକୁ ଯାଇଥିଲେ ସ୍ଥାନୀୟ ବିଜେପି ବିଧାୟକ ଗୌରୀଶଙ୍କର ମାଝୀ। ପୁଣି ଦିନକ ତଳେ ମୃତ ନାବାଳିକାର ପରିବାରକୁ ଭେଟିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଆଉ ଏବେ ଭରତପୁର ଥାନାରେ ସେନା ମେଜର ଓ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ମାମଲା। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ଏମସରେ ଚିକିତ୍ସାଧୀନ ଯୁବତୀଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି। ଘଟଣାରେ 5 ଜଣ ପୋଲିସ ସସପେଣ୍ଡ ହୋଇଥିବାବେଳେ 7 ଜଣ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଛି।
ରାଜ୍ୟରେ ମହିଳା ସମ୍ମାନ ଓ ମହିଳାଙ୍କୁ ନ୍ୟାୟ ପ୍ରସଙ୍ଗରେ ସାମ୍ନାକୁ ଆସିଛି 2ଟି ଚିତ୍ର। ଗୋଟିଏ ପଟେ 24 ବର୍ଷର ଗଲା ବିଜେଡି ସରକାର ଆଉ ଏବେର ମାତ୍ର 100 ଦିନର ବିଜେପି ସରକାର । ମହିଳା ଉତ୍ପୀଡ଼ନ ମାମଲାରେ ବଦଳିଛି ଆଭିମୁଖ୍ୟ। ସମ୍ବେଦନଶୀଳ ମାମଲାରେ ହେଉଛି କଡ଼ା କାର୍ଯ୍ୟାନୁଷ୍ଠାନ। ବିଜେପି ସରକାର ନେଉଛନ୍ତି ତୁରନ୍ତ ଆକ୍ସନ। ଅନ୍ୟପଟେ 24 ବର୍ଷର ନବୀନ ସରକାର ଅରପରାଧୀଙ୍କୁ ଦଣ୍ଡ ଦେବେ କଣ ଓଲଟା ସେମାନଙ୍କୁ ସୁରକ୍ଷା ଦେବାର ଆସିଛି ସାଂଘାତିକ ଅଭିଯୋଗ। ବର୍ଷ ବର୍ଷ ପରେ ଏବେ ବି ନ୍ୟାୟ ଅପେକ୍ଷାରେ କୁନ୍ଦୁଲି, ଟିକିରି ଓ ପିପିଲି ପିଡିତା । କେହି ଗିରଫ ହେଲେନାହିଁ, ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଯିଏ ଗିରଫ ହେଲେ ସେମାନେ ଖଲାସ ହୋଇଗଲେ। ସେହିଭଳି ନ୍ୟାୟ ପାଇଁ ଲଢେଇ କରୁଛନ୍ତି ସ୍ମିତାରାଣୀ, ପରୀ, ମମିତା ଓ ଲକ୍ଷ୍ମୀ ମାଝୀଙ୍କ ପରିବାର । ଏହାକୁ ନେଇ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି।
ମହିଳା ସମ୍ମାନ ନୁହେଁ 24 ବର୍ଷର ବିଜେଡି ଶାସନରେ ବାରମ୍ବାର ଭୂଲୁଣ୍ଠିତ ହୋଇଥିଲା ମହିଳାଙ୍କ ସମ୍ମାନ । ଆଇନ ତା ବାଟରେ ଯିବ କହି ଚୁପ୍ ବସୁଥିଲେ ନବୀନ ଓ ତାଙ୍କ ସରକାର। କାର୍ଯ୍ୟାନୁଷ୍ଠାନ ଦୂରର କଥା ପୀଡ଼ିତ ପରିବାରକୁ ଥରେ ବି ଭେଟିନଥିଲେ ବିଜେଡି ନେତା କି ମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର...