ସେପଟେ ଧାମନଗର ଅଞ୍ଚଳରେ ମଧ୍ୟ ଏହି ବିବାଦୀୟ ପୋଷ୍ଟ କୁ ନେଇ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଥିଲା। ନିଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ଥାନା ଘେରାଉ କରିଥିଲେ। ଧାମନଗର NAC, ଦୋବଲ ଓ ଆଖପାଖ ଅଞ୍ଚଳରେ ମଧ୍ୟ 163 BNSS ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲାଗୁ ରହିଛି । ଘଟଣାକୁ ନେଇ ଜିଲ୍ଲା ପୋଲିସ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ ଓ ଭଦ୍ରକ ବିଧାୟକ ସିତାଂଶୁ ମହାପାତ୍ର ।
ତେବେ ଭଦ୍ରକ ହିଂସା ପଛରେ କିଏ, କିଏ ଉସକାଇଥିଲା ପୋଲିସ ଉପରେ ଆକ୍ରମଣ ପାଇଁ। ସାମ୍ନାକୁ ଆସିଛି ଫିର୍ଦ୍ଦୋଶ ନାମକ ଏଇ ଯୁବକ। ଯିଏ ଏକାଠି ହେବାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ପୋଲିସ ଆକ୍ରମଣରେ ବି ସେ ସଂପୃକ୍ତ। ଏଇ ଫିର୍ଦ୍ଦୋଶ ହେଉଛି ଭଦ୍ରକର ପୂର୍ବତନ ବିଧାୟକ ତଥା ଏବେର ଭଣ୍ଡାରିପୋଖରି ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଖାସ୍। ଏଇ ଫଟୋ ହିଁ ବୟାନ କରୁଛି ବିଜେଡି ବିଧାୟକଙ୍କ କେତେ ଘନିଷ୍ଠ ଫିର୍ଦ୍ଦୋଶ। ଜାଣିଶୁଣି ଭଦ୍ରକରେ ଅଶାନ୍ତି ସୃଷ୍ଟି ପାଇଁ ଚକ୍ରାନ୍ତ କରୁଛି କି ବିଜେଡି। ଭଦ୍ରକ ହିଂସାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି କିଛି ଦୃବୁର୍ତ୍ତ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେଇ ଯେଉଁ ଅପପ୍ରଚାର କରିବାର ଲକ୍ଷ୍ୟ ରଖିଛନ୍ତି ଓ କିଛି ରାଜନୈତିକ ଶକ୍ତି ବି ସେଥିରେ ହସ୍ତକେକ୍ଷେ କରୁଛନ୍ତି । ସେକଥା ସେ କରି ପାରିବେ ନାହିଁ ।
ଭଦ୍ରକରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି । ସରକାର ପୁରା ନଜର ରଖିଥିବା ବେଳେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।
ଆହୁରି ପଢନ୍ତୁ ଓଡିଶା ଖବର...