ଅର୍ଗସ ବ୍ୟୁରୋ: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଘଟଣାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ରିପୋର୍ଟ ରେ ପାଣି ରେ ବୁଡି ଆତ୍ମହତ୍ୟା କରିଥିବା କହିଲା ପୋଲିସ। ସେପଟେ ପରିବାର ଲୋକ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି।
ଗତ 16 ତାରିଖରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ରାଜଗାଙ୍ଗପୁର ବ୍ଲକ୍ ରାମବାହାଲ ଘରକୁ ଫେରି ନ ଥିବାରୁ 17 ତାରିଖ ଦିନ ପରିବାର ପକ୍ଷରୁ ଉଦିତନଗର ଥାନାରେ ଦିଆଯାଇଥିଲା ମିସିଂ ରିପୋର୍ଟ। ସେଇଦିନ ସନ୍ଧ୍ୟାରେ ସୁସ୍ମିତା ଏକ ହୋଟେଲ ରେ ଥିବା ନେଇ ପରିବାର ଲୋକଙ୍କୁ ଜଣାଇ ଥିଲା ପୋଲିସ। ପରିବାର ଲୋକେ ରାଜଗାଙ୍ଗପୁରରୁ ଆସି ପୋଲିସ ସହିତ ହୋଟେଲ ଯାଇ ସୁସ୍ମିତା ଙ୍କୁ ବୁଝାଶୁଝା କରିଥିଲେ । ଘରକୁ ଯିବା ପାଇଁ କହିଥିଲେ ପରିବାର ଲୋକେ ସୁସ୍ମିତା ମିଟିଂ ଥିବାନେଇ କହି ହୋଟେଲ ରହିଥିଲେ। 18 ତାରିଖ ସନ୍ଧ୍ୟାରେ ଟ୍ରାଫିକ୍ ଗେଟ୍ ନିକଟରେ ଥିବା ସେନସରି ପାର୍କ ପୋଖରୀରୁ ମୃତଦେହ ଜବତ କରିଥିଲା ପ୍ଲାଣ୍ଟ ସାଇଡ ପୋଲିସ। 19 ତାରିଖ ଦିନ ପରିବାର ଲୋକଙ୍କୁ ଖବର ଦେବାରୁ ସେ ଶବକୁ ଚିହ୍ନଟ କରିବା ପରେ ଜଣାପଡ଼ିଥିଲା କି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କର ବୋଲି। କିନ୍ତୁ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଏହା ଏକ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି। ଗତ 20 ତାରିଖ ଦିନ ପରିବାର ଲୋକେ ସୁନ୍ଦରଗଡ଼ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର, ଗୁରୁଣ୍ଡିଆ ବିଡିଓ ବି ଲାକ୍ରା, ସିଡିପିଓ ଲାକ୍ରା ମାଡାମ ଓ ତାଙ୍କୁ ଜଗିରହିଥିବା ଏସ୍ଆଇ ଲଗୁନ୍ ମାଡାମଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ l ସେପଟେ 20 ତାରିଖରୁ ଅଭିଯୋଗ ହୋଇଥିଲେ ହେଁ ଏବେ ଯାଏଁ ଏଫ୍ଆଇର ରେଜିଷ୍ଟର ନ ହେବା ଏକ ପ୍ରକାର ସନ୍ଦେହ ସ୍ରୁଷ୍ଟି କରୁଛି। ଏଫ୍ଆଇର ଗ୍ରହଣ କରିବେ ନାହିଁ ବୋଲି ପ୍ଲାଣ୍ଟ ସାଇଡ ଆଇଆଇସି ଜ୍ୟୋତି ରଞ୍ଜନ ପତି ସିଧା ସଳଖ ମନା କରିଥିବା ସୁସ୍ମିତା ଙ୍କ ଭାଇ ସନ୍ଦୀପ ଅଭିଯୋଗ କରିଛନ୍ତି।
ଏପଟେ ପୋଲିସ ପିଏମ ରିପୋର୍ଟରେ ପାଣିରେ ବୁଡି ଆତ୍ମହତ୍ୟା କରିଥିବା ନେଇ କହିଥିବା ବେଳେ କେଉଁ କାରଣରୁ ଆତ୍ମହତ୍ୟା କରିଛି ତାହା ମଧ୍ୟ ସ୍ପଷ୍ଟ କରିନାହିଁ। ସେପଟେ ପରିବାର ଲୋକେ ଅଭିଯୋଗ କରିଥିଲେ କୌଣସି କାରଣରୁ ସୁସ୍ମିତା ଡିପ୍ରେସନରେ ଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ କିପରି ଜାଣିଲେ ? ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ କୌଣସି ଗୁପ୍ତ କଥା ଜାଣି ଥିଲେ କି ସୁସ୍ମିତା? ସେପଟେ ଏତେ ଦିନ ଧରି କାହିଁକି ଲିଖିତ ଅଭିଯୋଗ ହୋଇଥିଲେ ହେଁ କାହିଁକି କରିନାହାନ୍ତି ଏଫ୍ଆଇର ରେଜିଷ୍ଟର। କଣ ଥାଇ ପାରେ କାରଣ ? ଏପଟେ ଜିଲ୍ଲା ପ୍ରଶାସନ କିମ୍ବା ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ର କାହିଁକି ମୁହଁ ଖୋଲୁ ନାହାଁନ୍ତି। ପରିବାର ଲୋକେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଆମ ପ୍ରତିନିଧିଙ୍କ ହାତରେ ଲାଗିଛି ସିସିଟିଭି ଫୁଟେଜର ଚିତ୍ର। ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ହୋଟେଲରୁ ବାହାରୁ ଥିବାର ଫୁଟେଜ ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର