ସେପଟେ ଦୀର୍ଘବର୍ଷ ଧରି ବିପଦସଙ୍କୁଳ ଅବସ୍ଥାରେ ପଡ଼ି ରହିଥିବା ଏରସମା ବ୍ଲକର ହଂସୁଆ ସେତୁର ମରାମତିକୁ ନେଇ ବଢୁଛି ଲୋକଙ୍କ ଅସନ୍ତୋଷ । ସୋମପୁର ପଞ୍ଚାୟତର ରୋଗଲ ଗାଁ ନିକଟରେ ଥିବା ଝରୀ ପୋଲ ଏବେ ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା । world vision ତରଫରୁ ୨୦ ବର୍ଷ ପୂର୍ବେ ଦୁଇ ଚକିଆ ଓ ଜନସାଧାରଣ ଯାତାୟାତ ପାଇଁ ଏହି ପଥଚାରୀ ପୋଲ ନିର୍ମାଣ ହୋଇଥିଲା । ପୋଲର ଦୁଇପାର୍ଶ୍ବ ବାଡ଼ା ଭାଙ୍ଗିଯାଇଛି, ଅନେକ ସ୍ଥାନରେ ରଡ ଝୁଲି ରହିଛି। କୌଣସି ସମୟରେ ବି ପୋଲ ଭୁଶୁଡି ପଡ଼ିବା ଆଶଙ୍କା ରହିଥିଲେ ବି ଆଖି ବୁଜି ଦେଇଛି ସ୍ଥାନୀୟ ପ୍ରଶାସନ । ବାଧ୍ୟହୋଇ ସ୍କୁଲ୍ କଲେଜ୍ ପିଲାଙ୍କଠାରୁ ଆରମ୍ଭ କରି ଲୋକେ ଡଙ୍ଗାରେ ହଂସୁଆ ନଦୀ ପାର ହେଉଛନ୍ତି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ସହ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଛନ୍ତି ଲୋକ ।
ରାସ୍ତା ଓ ପାନୀୟ ଜଳ ସମସ୍ୟାରେ ରାଜ୍ୟବାସୀ ସନ୍ତୁଳି ହେଉଥିବାବେଳେ ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକା ଦେଇ ଚାଲିଛନ୍ତି ରାଜ୍ୟ ସରକାର। ଉପକୂଳଠୁ ଉପାନ୍ତ ସବୁଠି ଏହାର ପରିଣାମ ଭୋଗୁଛନ୍ତି ରାଜ୍ୟବାସୀ। ଲୋକଙ୍କ ସମସ୍ୟାର ସମାଧାନ ନ କରି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟବ୍ୟାଙ୍କ ରାଜନୀତି ଚକ୍ରାନ୍ତର ପର୍ଦ୍ଦାଫାଶ ହୋଇସାରିଛି। ଯାହାକୁ ନେଇ ସାରା ରାଜ୍ୟରେ ବଢୁଛି ଲୋକଙ୍କ ଅସନ୍ତୋଷ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର