ଗୁପ୍ତରେ ଅନ୍ଧାରରେ ଦଇତାପତି ସେବାୟତ ମାନେ ଲାଗିପଡିଛନ୍ତି ଶ୍ରୀଜୀଉଙ୍କ ଶୁଶ୍ରୁଷାରେ ଲାଗିପଡିଛନ୍ତି। ଚନ୍ଦନ ଅର୍ଗଳି ନିକଟସ୍ଥ ଅଣସର ଘରେ ତାଟି ବନ୍ଧା ହୋଇ ଚାଲିଛି ଗୁପ୍ତସେବା । ଆଷାଢ଼ କୃଷ୍ଣ ପ୍ରତିପଦ ଆଜିଠାରୁ ଚତୁର୍ଥୀ ପର୍ଯ୍ୟନ୍ତ ବିଗ୍ରହ ଗୁଡିକର ମରାମତି ସହ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ ଯିବ। ଆସନ୍ତକାଲି ଓଦା ବସ୍ତ୍ରକୁ ଶ୍ରୀଅଙ୍ଗରୁ ମଇଲମ କରାଯିବ । ପଞ୍ଚମୀ ଠାରୁ ସପ୍ତମୀ ପର୍ଯ୍ୟନ୍ତ ଫୁଲୁରି ତେଲ ଲାଗି ହେବ ।
ଧୀରେ ଧୀରେ ସୁସ୍ଥ ହେଉଥିବେ ମହାପ୍ରଭୁ । ଦଶମୀ ଦିନ ଚକା ବିଜେ କରିବେ ଶ୍ରୀବିଗ୍ରହ । ରାଜବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳକ ମୋଦକ ସେବନ ପରେ ଓଷ ଲାଗି ହେବ । ତାପରେ ଯାଇ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ସେପଟେ ମହାପ୍ରଭୁ ଅଣସର ଘରେ ଥିବା ବେଳେ ଗର୍ଭଗୃହରେ ପୂଜା ପାଇବେ ପଟିଦିଅଁ । ବଡଭାଇ ବଳଭଦ୍ରଙ୍କ ସ୍ଥାନରେ ବାସୁଦେବ,ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଜାଜ୍ଞସେନୀ ବା ଭୁବନେଶ୍ଵରୀ,ଏବଂ ମହାପ୍ରଭୁ କଳାଠାକୁରଙ୍କ ପଟିଦିଅଁ ଭାବରେ ପୁଜିତ ହେବେ ଅନନ୍ତ ନାରାୟଣ ।
ଜ୍ବରରେ ପୀଡିତ ଶ୍ରୀଜୀଉ ଅନ୍ନଗ୍ରହଣ କରିବେ ନାହିଁ ।
ଶ୍ରୀଜୀଉଙ୍କ ପାଖରେ ଲାଗି ହେବ ଚକଟା ଭୋଗ ଓ ପଣା ଭୋଗ । ଏବଂ ପଟିଦିଅଁଙ୍କ ପାଖରେ ଅବଢ଼ା ମହାପ୍ରସାଦ ଲାଗି ହେବ । ମହାପ୍ରଭୁ ପ୍ରତ୍ୟେକ ଦିନ ଶ୍ୱେତବସ୍ତ୍ର ପିନ୍ଧିବା ସହ ଶ୍ୱେତ ପୁଷ୍ପ ଲାଗିହେବ । ଭୋଗ ଓ ମହାପ୍ରସାଦରେ ଆଉ ବାସି ବନି ତୁଳସୀର ବାସ । ସଂପୂର୍ଣ୍ଣ ସୁସ୍ଥ ହୋଇ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ପରେ ରଥଯାତ୍ରା ପାଇଁ ଅନ୍ୟାନ୍ୟ ନୀତି ଆରମ୍ଭ ହେବ ।
ଆହୁରି ପଢନ୍ତୁ ଓଡିଶା ଖବର...