ରାଜ୍ୟ ଅତିଥି ଭବନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସହ ରାଜ୍ୟ ବ୍ୟବସାୟୀ ମହାସଂଘର ବଡ଼ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଆଲୋଚନା ହୋଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି କଳାବଜାରୀଙ୍କ ଉପରେ ଆକ୍ସନ ନିଆଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଳୁ, ପିଆଜ ପରି ଆତ୍ୟାବଶ୍ୟକ ସାମଗ୍ରୀର ଯିଏ ଦର ବୃଦ୍ଧି କରି ବିକ୍ରି କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ରାଜ୍ୟ ବ୍ୟବସାୟୀ ମହାସଂଘ ପ୍ରସ୍ତାବ କଟକ ଓ ଭୁବନେଶ୍ଵର ଦୁଇଟି ମଣ୍ଡିରେ ଦରଦାମ ନିୟନ୍ତ୍ରନ ହେଲେ ସବୁ କିଛି ଠିକ୍ ହୋଇଯିବ। ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ସହମତି ଦେଇଥିବା କହିଛନ୍ତି। ବାତ୍ୟା ପରୁସ୍ଥିତିର ମୁକାବିଲା କରିବା ସମୟର ଦରଦାମ ନ ବଢାଇବା ପାଇଁ ମନ୍ତ୍ରୀ ବ୍ୟବସାୟୀଙ୍କୁ ଅପିଲ କରିଛନ୍ତି। ଖାଉଟି ମଧ୍ୟ ଭୟଭୀତ ନ ହୋଇ ଆତ୍ୟାବଶ୍ୟକୀୟ ସାମଗ୍ରୀ କିଣନ୍ତୁ ନାହିଁ। ଆଳୁ ଏବଂ ପରିବା ଗାଡ଼ିକୁ କୌଣସି ଜାଗାରେ ନ ଅଟକାଇବା ମନ୍ତ୍ରୀ ଜନଧାରଣଙ୍କୁ ଅପିଲ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର