ଫଳରେ ଟାଟା ଏସିରେ ବସିଥିବା ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନ ଙ୍କ ପରିଚୟ ଜଣାପଡ଼ିନାହିଁ l ଖବରପାଇ ଆସିକା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର ଜାରିରଖିଛି l ତେବେ ଦୃତ ଗତିରେ ବସ ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟୁଥିବା ଅନୁମାନ କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଖଡଭାଗ ନିକଟରେ ଗୋଟିଏ ଯାତ୍ରୀ ବାହି ବସ ସହ ଟାଟା ଏସି ମୁହାଁମୁହିଁ ଧକ୍କା ହୋଇଛି l
ଫଳରେ ଟାଟା ଏସିରେ ବସିଥିବା ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନ ଙ୍କ ପରିଚୟ ଜଣାପଡ଼ିନାହିଁ l ଖବରପାଇ ଆସିକା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର ଜାରିରଖିଛି l ତେବେ ଦୃତ ଗତିରେ ବସ ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟୁଥିବା ଅନୁମାନ କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ :ବର୍ତ୍ତମାନ କୋରୋନା ଟିକା କୋଭିଶିଲ୍ଡକୁ ନେଇ ଚିନ୍ତା ଦେଖାଦେଇଛି । ଯୋଉଁ ମାନେ ଏହି ଟିକା ନେଇଛନ୍ତି ସେମାନଙ୍କ ପାଖରେ ଅନେକ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଉଛି ବୋଲି ଅଭିଯୋଗ ଆସିଛି ଆଉ ସେଇ ଅଭିଯେଗକୁ ବ୍ରିଟେନର ଏକ କୋର୍ଟରେ ତଥ୍ୟ ଦାଖଲ କରିବା ସହ ଅଭିଯୋଗର ସତ୍ୟତାକୁ ସ୍ୱୀକାର କରିଛି ।ଏହାକୁ ପସ୍ତୁତ କରିଥିଵା କମ୍ପାନୀ ଆଷ୍ଟ୍ରା ଜେନେକା କୋଭିଶିଲ୍ଡ ଜାବରରେ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି ବୋଲି ସ୍ୱୀକାର କରିଛି।
ଥ୍ରମ୍ବୋସିସ୍ ୱିଥ୍ ଥ୍ରମ୍ବୋସାଇଟୋପେନିଆ କାରଣରରୁ ରକ୍ତ ଜମାଟ ବାନ୍ଧିବା ଓ ପ୍ଲଟେଲେଟ ମତ୍ରା କମିଥାଏ ତାସହ ହୃଦଘାତ ଏବଂ ମସ୍ତଷ୍କ ଉପରେ ମଧ୍ୟ କୁ ପ୍ରଭାବ ପକାଉଛି ଯାହା ଦ୍ଵାରା ବହୁତକ୍ଷି ଘଟିଥାଏ ।
ଏହା ବହୁତ ବିରଳ ବୋଲି କୋର୍ଟରେ ଦାଖଲ କରିଥିବା ତଥ୍ୟରେ କମ୍ପାନୀ ପକ୍ଷରୁ କୁହାଯାଇଛି ।ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି । ଟିକା ତିଆରି କରିଥିଵା କମ୍ପାନୀ ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ନୁହେଁ ବୋଲି ଏବେ ପ୍ରମାଣିତ ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
କେଉଁଝର : ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥି ସେଠୀ। କୁଚକ୍ରୀଙ୍କ ଚକ୍ରାନ୍ତ ରେ ମୋ ଟିକେଟ କଟା ଯାଇଛି । ବିଜେଡି ରେ ଟିକେଟ ପାଇଁ ପଇସା କାରବାର ହେଉଛି । ଆଗରୁ ମୋତେ କୁହାଯାଇଥିଲା ଟିକେଟ ଦିଆଯିବ ବୋଲି, କିନ୍ତୁ ମୋ ଠାରୁ କମ୍ ଭୋଟ ବ୍ୟବଧାନରେ ଜିତିଥିବା ଲୋକଙ୍କୁ ଟିକେଟ ମିଳିଛି । ପୁର୍ବରୁ ରଥଯାତ୍ରା ଦିନ ପାଣ୍ଡିଆନ ମୋତେ ଏବଂ ଆଉ ଦୁଇ ଜଣକୁ ଡାକି ତୁମର ଟିକେଟ ଫାଇନାଲ ଅଧିକ ବ୍ୟବଧାନରେ ଜିତିବା ପାଇଁ ଲାଗିପଡ଼ ବୋଲି କହିଥିଲେ ।
ଅଧିକ ପଢନ୍ତୁ : ବିଜୁ ଜନତା ଦଳର ସଭାପତିଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି
କିନ୍ତୁ ଶେଷ ମୁହୁର୍ତ୍ତ ରେ ଚକ୍ରାନ୍ତ କରି ମୋ ଟିକେଟ କୁ କାଟିଦେଲେ । ମୁଁ ଶୁଣିଛି ଟିକେଟ ପାଇଁ ପଇସା କାରବାର ହେଉଛି, ମୁଁ କାହା ନାଆଁ ନେବିନି ମୋ ପାଖରେ ତ ପଇସା ନାହିଁ ମୁଁ ପଇସା ଦେଇକି କୋଉଠୁ ଟିକେଟ ଆଣିବି ବୋଲି ଭାଗିରଥି ସେଠୀ କହିଛନ୍ତି । ମୁଁ ଆଗକୁ କେଉଁ ଦଳକୁ ଯିବି ନିଷ୍ପତି ନେଇ ନାହିଁ , ମୋର ପୁତୁରା ଶାନ୍ତନୁ ସେଠୀ କୁ ଆଗକୁ ଆଣିବି ଏବଂ ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଙ୍କୁ ହରାଇବା ମୋର ମୁଖ୍ୟ ଲକ୍ଷ୍ୟ ଅଛି ।