ପୁରୀ ରଥଯାତ୍ରା ଦିନ ଏଠାରେ କେବଳ ପହଣ୍ଡିରେ ଚତୁର୍ଦ୍ଧା ମୁରତୀ ରଥାରୂଢ ହେବାର ପରମ୍ପରା ରହିଛି । ତା ପର ଦିନ ୨ଦିନ ଧରି ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଥାଏ । ପ୍ର ଥମ ଦିନରେ ବଡଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ କୁ ମାଉସୀ ମା ମନ୍ଦିର ସମ୍ମୁଖ ପର୍ଯ୍ୟନ୍ତ ଟଣା ଯାଇଥିବା ବେଳେ ମା' ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳାମାନେ ଅଧା ରାସ୍ତା ଅର୍ଥାତ ବାରିପଦା ଟାଉନଥାନା ସମ୍ମୁଖ ପର୍ଯ୍ୟନ୍ତ ଟାଣିନେଇଥାନ୍ତି । ତହିଁ ପରଦିନ ପ୍ରଥମେ ସୁଭଦ୍ରାଙ୍କ ରଥ ମହିଳାଙ୍କ ଦ୍ବାରା ମାଉସୀ ବାଡ଼ି ପର୍ଯ୍ୟନ୍ତ ଟଣାଯିବା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମ୍ପୂର୍ଣ୍ଣ ଟଣା ଯିବାର ବିଧି ରହିଆସିଛି।
ସକାଳେ ରଥରେ ପଣ୍ଡାପଢିଆରୀଙ୍କ ଦ୍ବାରା ତିନି ଦିଅଁଙ୍କ ନୀତିକାନ୍ତି ହୋଇଥିଲା । ଭକ୍ତମାନଙ୍କ ଦର୍ଶନ କରିଥିଲେ । ପାଗ ଅନୁକୂଳ ରହିଥିବାରୁ ଲମ୍ବା ଲାଇନରେ ଛିଡାହୋଇ ଭକ୍ତମାନେ ଶୃଙ୍ଖଳିତ ଭାବେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଭୋଗ ନୈବେଦ୍ୟ ଅର୍ପଣ କରି ଭାବବିହ୍ବଳ ହେଉଛନ୍ତି । ବାରିପଦାରେ ରଥୟାତ୍ରା ୧୩ ଦିନ ଧରି ଚାଲିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର