ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଯିବା ବାଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ । କଣ୍ଟାମାଳରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ବେଳେ ମନମୁଣ୍ଡା ଗାନ୍ଧୀଛକ ନିକଟରେ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ ବିଜେପି କର୍ମୀ । ପରେ ଡାକବଙ୍ଗଳାରେ କର୍ମୀଙ୍କ ସହ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କିପରି ଭାବରେ ରାଜ୍ୟର ସମସ୍ତ ହିତାଧିକାରୀ ପାଇପାରିବେ ସେନେଇ ପ୍ରୟାସ ଜାରି ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆସନ୍ତା ଦୁଇ ଦିନ ମଧ୍ୟରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆଗାମୀ 48 ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 7 ଓ 8ରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବ।
ପଶ୍ଚିମଓଡ଼ିଶାରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କଲା ପାଣିପାଗ କେନ୍ଦ୍ର। ବର୍ଷା ହେବା ସହ ଘଣ୍ଟାପ୍ରତି ପବନର ବେଗ 40ରୁ 50 କିମି ରହିବ। ତେବେ 24 ଘଣ୍ଟାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି କୁହାଯାଇଛି। ଆସନ୍ତା 7 ଓ 8 ତାରିଖ ବେଳକୁ ତାପମାତ୍ରା 3ରୁ 6 ଡିଗ୍ରୀ ହ୍ରାସ ପାଇବ।
ଆସନ୍ତା ସକାଳ 8ଟା 30 ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ 33.2 ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ଵରର ଆର୍ଦ୍ରତା 76% ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ଯାଜପୁର ସୁକିନ୍ଦା ରେଲୱେ ଷ୍ଟେସନ ନିକଟସ୍ଥ ଡଙ୍କାଗଡିଆ ନିକଟରେ ଟ୍ରେନ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଯାଜପୁର ରୋଡ ଜିଆରିପି ଫାଣ୍ଡି ଅନ୍ତର୍ଗତ ଓଲଳ ପଞ୍ଚାୟତ ଡଙ୍କାଗଡିଆ ରେଳ ଧାରଣାରେ ଟ୍ରେନ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସକାଳ 6ଟାରେ ଦେଖିବାକୁ ପାଇଥିଲେ।
ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ସ୍ଥାନୀୟ ରେଳବାଇ ପୋଲିସ ଘଟଣାସ୍ଥଳକୁ ଆସି ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ଯୁବକ ଜଣଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଜି ସକାଳେ ଯାଜନୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକାସାଙ୍ଗରେ ବାପ-ପୁଅଙ୍କ କୋକେଇ ଉଠିଛି। ବିଦ୍ୟୁତ୍ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ହୋଇଛି।
ସକାଳେ ଚାଷଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ ବାପ-ପୁଅ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଉଭୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଯାଜପୁର ରୋଡ୍ ମାନଗୋବିନ୍ଦପୁର ବେଙ୍ଗପାଟିଆ ଗାଁ ପାଖ ବିଲରେ ଏଭଳି ଅଘଟଣ ଘଟିଛି। ବାପା ଗଣେଶ ମଣ୍ଡଲ ଓ ପୁଅ ଆଶୁତୋଷ ମଣ୍ଡଲ। ଉଭୟଙ୍କ ମୃତ୍ୟୁ ଖବର ପାଇବା ପରିବାର ଲୋକ ଭାଙ୍ଗିପଡ଼ିଛନ୍ତି। ସେପଟେ ବାପ-ପୁଅଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର