ସର୍ଭେ ଅନୁଯାୟୀ ନବୀନ ସରକାରର ପ୍ରଦର୍ଶନରେ 24 % ଭୋଟର ଖୁବ୍ ସନ୍ତୁଷ୍ଟ । 31% ଭୋଟର ସାମାନ୍ୟ ସନ୍ତୁଷ୍ଟ ଓ 43% ଭୋଟର ଅସନ୍ତୁଷ୍ଟ ଅଟନ୍ତି । ଗତ ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେଡି ୧୨ଟି ଆସନରେ ଜିତିଥିବାବେଳେ ବିଜେପି ୮ଟି ଆସନ ଓ କଂଗ୍ରସ ଗୋଟିଏ ଆସନରେ ଜିତିଥିଲା ।
ରାଜ୍ୟରେ ବିଜେପି ଗତ ନିର୍ବାଚନରେ 8ଟି ଏମପି ସିଟ୍ ହାତେଇଥିବାବେଳେ ଦଳକୁ ଏଥର ଆଉ 3ଟି ସିଟ୍ ମିଳିପାରେ ବୋଲି ଟାଇମସ୍ ନାଓ ସର୍ଭେ କହୁଛି ।
ସେପଟେ ପୁଣି ଆସନ୍ତା 10 ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ବିଶାଳ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ରାଜଧାନୀରେ ହେବାକୁ ଥିବା ଏହି ବିଶାଳ ସମାବେଶରେ ଏକାଠି ହେବେ 14 ରାଜ୍ୟର 25 ହଜାରରୁ ଅଧିକ ମହିଳା । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଟାଇମ୍ସ ନାଓର ଏହି ସର୍ଭେ ରାଜ୍ୟ ବିଜେପିକୁ ଆହୁରି ଉତ୍ସାହିତ କରିଛି ।
ସେହିପରି ସର୍ଭେରେ କୁହାଯାଇଛି ଯେ ପଶ୍ଚିମବଙ୍ଗରେ ଟିଏମସି ୨୬ଟି ଆସନରେ ବିଜୟ ହାସଲ କରିବ, ବିଜେପି ୧୫ଟି ଆସନରେ ଓ କଂଗ୍ରେସ ଓ ବାମ ମେଣ୍ଟ ଗୋଟିଏ ଆସନରେ ବିଜୟ ଲାଭ କରିବେ ।
ବିହାରରେ ଏନଡିଏ ୩୫ଟି ଓ ଇଣ୍ଡିଆ ମେଣ୍ଟ ୫ଟି ଆସନରେ ବିଜୟ ହାସଲ କରିବାର ସମ୍ଭାବନ ରହିଛି । ଗୁଜରାଟରେ ବିଜେପି ସମସ୍ତ ୨୬ଟି ଆସନ ହାତେଇବ ଓ କଂଗ୍ରେସ ନିରାଶ ହେବାର ସମ୍ଭାବନା ରହିଛି।
ଆହୁରି ପଢନ୍ତୁ ରାଜନୀତି ଖବର...