ଅନ୍ୟପଟେ ସାମନାକୁ ଆସିଛି ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି । ନିଜ ହୋପ୍ ଲେସ୍ ଲାଇଫ୍ ବିଷୟରେ ଚିଠିରେ ଉଲ୍ଲେଖ କରିଛନ୍ତି ବିଦ୍ୟା । ଚିଠିରେ ଲେଖିଛନ୍ତି, ଜୀବନରେ କେବେ ନା କେବେ ସୁଖ ଆସିବ । ଯେତେ ଦଣ୍ଡ ସବୁ ଲେଖିଛନ୍ତି ଭଗବାନ, ତୋତେ ହିଁ ଭୋଗିବାକୁ ପଡ଼ିବ । ସେଥିପାଇଁ କମ୍ପ୍ଲେନ କରିବା ବନ୍ଦ କରିଦେ । REACTION ଦେବା ବନ୍ଦ କରିଦେ । MY FUTURE IN DARK । ତେବେ ଏ ଚିଠି ଟି ମଧ୍ୟ କାହା ଉଦେଶ୍ୟରେ ଲେଖା ହୋଇଛି ସେନେଇ ମଧ୍ୟ ସ୍ପଷ୍ଟ ଜଣାପଡିନାହିଁ ।
ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଚିଠି ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ହେଲେ ସୌମ୍ୟଙ୍କ ଦେହରେ କିପରି ନିଆଁ ଲାଗିଲା ? ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରି ଦିଆଯାଇଛି ସେ ନେଇ କୌଣସି ସ୍ପଷ୍ଟ ଜଣାପଡିନାହିଁ । ଏନେଇ ନ୍ୟାୟ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ସୌମ୍ୟଙ୍କ ପରିବାର ଲୋକେ ।