ମୟୂରଭଞ୍ଜ ଜିଲ୍ଲାରେ ଭୁତ ହିତାଧିକାରୀଙ୍କ ତାଲିକା ଲମ୍ବି ଚାଲିଛି । ଶୁଳିଆପଦା ବ୍ଲକରୁ ମିଳିଛି ଦୁର୍ନୀତିର ତଥ୍ୟ । ବର୍ଷ ବର୍ଷ ଧରି ମୃତକଙ୍କ ନାଁରେ ପେନସନ ଓ ଚାଉଳ ଉଠାଯାଉଛି । ତେବେ ଭୂତ ହିତାଧିକାରୀଙ୍କ ତାଲିକାରେ ସରକାରୀ ଅର୍ଥ ହଡପ କରି ସରକାରୀ ବାବୁମାନେ ମାଲେ ମାଲ୍ ହେଉଥିବା ଅଭିଯୋଗ ହୋଇଛି ।
VRPଙ୍କ ଅଡିଟ ରିପୋର୍ଟ ଖୋଲିଦେଇଛି ଶୁଳିଆପଦା ଦୁର୍ନୀତିର ଗୁମର ପେଡ଼ି । କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କୁ ମୁଣ୍ଡ ପିଛା ମାସକୁ 5 କେଜି ମାଗଣାରେ ଚାଉଳ ଦେଉଛନ୍ତି । ନିୟମ ଅନୁସାରେ ଯେଉଁ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି ତାଙ୍କ ନାମ ରେଜିଷ୍ଟରରୁ କଟିଯିବା କଥା ମାତ୍ର ଦୁର୍ନୀତିଖୋର୍ ଅଧିକାରୀ, ଯୋଗାଣ ସହାୟକ ଓ କିଛି ସ୍ୱୟଂ ସହାୟକ ଗୋଷ୍ଠୀର ଗ୍ରୁପମାନେ ରେଜିଷ୍ଟାରରୁ ମୃତବ୍ୟକ୍ତିଙ୍କ ନାମକୁ ନ କାଟି ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାମରେ ରାସନ୍ ଚାଉଳକୁ ହଡ଼ପ କରୁଛନ୍ତି ।
କେଉଁ ପଞ୍ଚାୟତରେ ବର୍ଷ ବର୍ଷ ଧରି ମୃତ ଲୋକଙ୍କ ନାମରେ ପିଡ଼ିଏସ୍ ଚାଉଳ ଉଠୁଛି, ତ ପୁଣି ଆଉ କେଉଁ ପଞ୍ଚାୟତରେ ମନରେଗା ଯୋଜନାରେ ହେର୍ ଫେର୍ ହୋଇ ହୋଇଛି ଫଲ୍ସ ବିଲ୍ ।
ଆହୁରି ପଢନ୍ତୁ ଓଡିଶା ଖବର...