ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ମାଓବାଦୀମାନେ ଜନତାଙ୍କୁ କହିଛନ୍ତି । ଗତ 5 ତାରିଖ ଦିନ ବି କଳାହାଣ୍ଡି ମୋହନଗିରୀ ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର ମାରି ଭୋଟ ବର୍ଜନ କରିବାକୁ ଆହ୍ଵାନ କରିଥିଲେ । ସେହି ଖବର ସଂଗ୍ରହ କରିବାକୁ ଯାଇ ରୋହିତ ବିଶ୍ୱାଳ ନାମକ ଜଣେ ସାମ୍ବାଦିକ ଲ୍ୟାଣ୍ଡମାଇନ ବିସ୍ଫୋରଣର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଆଜି ପୁଣି ଭବାନୀପାଟଣା ସହରରୁ ମାତ୍ର 5 ରୁ 7 କିଲୋମିଟର ଦୂରରେ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଦିନ କେଇଟା ପରେ ଭୋଟ୍ ପଡିବ, ବଢୁଛି ମାଓ ବର୍ବରତା

କଳାହାଣ୍ଡି: ଆଉ କେଇଟା ଦିନ ପରେ ପଡିବ ଭୋଟ୍ । ଏହା ପୂର୍ବରୁ ବାରମ୍ବାର କଳାହାଣ୍ଡିରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଉଛନ୍ତି ମାଓବାଦୀ । ନିର୍ବାଚନ ବର୍ଜନ କରିବାକୁ ନକ୍ସଲଙ୍କ ଆହ୍ଵାନ । ପୋଷ୍ଟର ମାରି ନିର୍ବାଚନ ପ୍ରଭାବିତ କରିବାକୁ ମାଓବାଦୀମାନେ ଉଦ୍ୟମ କରୁଛନ୍ତି l ଭବାନୀପୁର ଓ ଲକ୍ଷ୍ମୀପୁର ଅଞ୍ଚଳରେ ଆଜି ସକାଳୁ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସିପିଆଇ ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ମରା ଯାଇଥିବା କୁହାଯାଉଛି ।
Download Argus News App
