ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ନଗଡ଼ାର ଭାଗ୍ୟ ବଦଳାଇବାରେ ବିଫଳ ହୋଇଛନ୍ତି । ୨୦୧୬ରେ ନଗଡାରେ ଅପପୃଷ୍ଟି କବଳରେ ୧୯ ଶିଶୁଙ୍କ ଜୀବନ ଯିବାପରେ ବଦନାମ ହୋଇଥିଲେ ରାଜ୍ୟ ସରକାର । ଅପପୁଷ୍ଟି ରୋକିବାକୁ ବିଭିନ୍ନ ପଦକ୍ଷେପ ନେବା ସତ୍ତ୍ବେ ବି ବିଫଳ ହୋଇଥିଲେ ସରକାର । ପ୍ରାୟ ୩ କିଲୋମିଟର କାନ୍ଧରେ ବୁହା ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ, ଆଉ ଜୀବନ ଯିବା ପରେ ପୁଣି ୩ କିଲୋମିଟର କାନ୍ଧରେ ବୁହାହେଲେ ଗୁରୁ ପ୍ରଧାନ। 24 ବର୍ଷ ଧରି କ୍ଷମତାସୀନ ବିଜେଡି ସରକାରର ବିଫଳତା ଓ ଚରମ ଅପାରଗତାର ପ୍ରମାଣ ଦେଉଛି ନଗଡ଼ାବାସୀଙ୍କ ଏପରି ଦୁର୍ଦ୍ଦଶା ।
ଦଶନ୍ଦି ଦଶନ୍ଦି ଧରି ପ୍ରତାରିତ ନଗଡ଼ା । ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେବି ବଦଳୁନି ନଗଡ଼ାରେ ଭୋକର ବିକଳ ଚିତ୍ର । ପ୍ରଚୂର୍ଯ୍ୟ ଭରା ସୁକିନ୍ଦା ବ୍ଲକ ଏସିଆ ମହାଦେଶର ସର୍ବବୃହତ କ୍ରୋମ ଉପତ୍ୟକା, ଯେଉଁଠୁ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ ଯାଉଛି, ସେଇଠି ରହିଛି ନାଗଡା । ଯେଉଁଠି ଆଜିବି ଅପପୃଷ୍ଟିରେ ଆଖି ବୁଜୁଛନ୍ତି ନିରୀହ ଜୁଆଙ୍ଗ ଆଦିବାସୀ। ରିପୋର୍ଟ ଅନୁସାରେ ଯାଜପୁର ଜିଲ୍ଲାରେ 1.29 ଲକ୍ଷ ଛୋଟ ପିଲାଙ୍କ ମଧ୍ୟରୁ 0.78 ପ୍ରତିଶତ ସିଭିୟର ଆକ୍ୟୁଟ ମାଲନ୍ୟୁଟ୍ରିସନ ଓ 2.11 ପ୍ରତିଶତ ମଡରେଟ ଆକ୍ୟୁଟ ମାଲନ୍ୟୁଟ୍ରିସନରେ ଆକ୍ରାନ୍ତ । ଯାହାକୁ ନେଇ 2022 ମେ ମାସରେ ଉଦବେଗ ପ୍ରକାଶ କରିଥିଲେ ହାଇକୋର୍ଟ । ଫେଲ ମାରିଛି ରାଜ୍ୟ ସରକାରଙ୍କ ନଗଡ଼ା ମାଷ୍ଟର ପ୍ଲାନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: