ଏପଟେ ରାଜ୍ୟ ଧିରେ ଧିରେ ବଢୁଛି ଖରା ଏବଂ ଗୁଳଗୁଳି । ଏହି ଖରା ଗରମରେ ରାଜ୍ୟ ସରକାର ବୃଦ୍ଧା ମା' ମାନଙ୍କୁ ଡ଼ାକି କିପରି ହଇରାଣ ହରକତ କରୁଛନ୍ତି ତାହା ଦେଖିବାକୁ ମିଳିଥିଲା । ଅଥଚ ବିଜେଡି ଦଳରର କୌଣସି ନେତା ବୃଦ୍ଧା ମହିଳାଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବୁଝିବା ପାଇଁ ଆସିନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ସଦସ୍ୟ । ସେପଟେ ପୁଣି ଦେଖିବାକୁ ମିଳିଛି ଆଉ ଏକ ଘଟଣା । ଜଣେ ମୋଉସା ବିଜେଡ଼ି ସରକାର ଅପରଗତାକୁ ବଖାଣୁଥିବାର ଦେଖିବାକୁ ମିଳିଛି । ସତ କହିଲେ ବିଜେଡ଼ି ଏଠି ଶତ୍ରୁ । ଯାହା ଦେଖିବାକୁ ମିଳିଥିଲା । ଏବଂ ମୋଉସା ଜଣକ ସତ କହିବାରୁ ତାଙ୍କୁ ଟାଣି ଟାଣି ନେଇଯାଇଥିଲେ ବିଜେଡ଼ିର କର୍ମୀ ମାନେ । ମଞ୍ଚ ଥଳେ ଛିଡ଼ା ହେଲେ ସତ କହିବେ ମୋଉସା । ଏବଂ ଧରା ପଡ଼ିଜିହ ବିଜେଡ଼ିର ଅପରଗତା ।
ସୂଚନା ଅନୁସାରେ, ଆଜି 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ପିକୋଳ ପଞ୍ଚାୟତରେ ଅନୁଷ୍ଠିତ ହୋଉଥିଲା । ଏହି କାର୍ଯ୍ୟକ୍ରମ ପଞ୍ଚାୟତର ପ୍ରତ୍ୟକ ଘରୁ ସବୁ ମହିଳା ଅଂଶ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ନାମା ମଧ୍ୟ ଜାରି ହୋଇଥିଲା । ପଞ୍ଚାୟତର ଶତାଧିକ ମହିଳା 'ଆମ ଓଡ଼ିଶା ନବୀନ ଓଡିଶା' କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରବଳ ଗୁଳୁଗୁଳି ଯୋଗୁ ପ୍ରମିଳା ବେହେରା ନାମୀ ବୃଦ୍ଧା ମହିଳା ଗୁରୁତର ହୋଇ ଯାଇଥିଲେ । ଯାହା ଫଳରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଦୁଃଖର ବିଷୟ ବୃଦ୍ଧା ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ବିଜେଡିର କୌଣସି ନେତା ଓ କର୍ମୀଙ୍କୁ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ ।