ସେ ନିଜ ଟୁଇଟ୍ ବାର୍ତ୍ତାରେ କହିଛନ୍ତି ଯେ, ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ପରିବର୍ଦ୍ଧିତ ରୂପ। ୯୬ ଲକ୍ଷ ପରିବାରର ସାଢେ ୩ ଲକ୍ଷ ଓଡ଼ିଆ ଏଥିରେ ଉପକୃତ ହେବେ। ଯେଉଁ ସ୍ମାର୍ଟ କାର୍ଡ ସିଷ୍ଟମ ବ୍ୟବସ୍ଥା ହୋଇଛି ତାହା ଭାରତରେ ପ୍ରଥମ। ସାଧାରଣ ଇନସ୍ୟୁରାନ୍ସ ସ୍ମିମ ଭଳି ଏହା ନୁହେଁ। ଏଣୁ ଏହି ମଡେଲର ଅନୁକରଣରେ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା କଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି ।
ହେଲେ ପଟ୍ଟନାୟକଙ୍କ ଏହି କଥାକୁ କଟାକ୍ଷ କରିଛନ୍ତି ବିଜେପି ନେତା ଟଙ୍କଧର ତ୍ରୀପାଠି। ସେ ଏକ ଚାର୍ଟ ପୋଷ୍ଟ କରି ଲେଖିଛନ୍ତି, ଦୟାକରି ନିମ୍ନୋକ୍ତ ଚାର୍ଟକୁ ଦେଖନ୍ତୁ।
ଯାହା ସାଧାରଣ ଲୋକଙ୍କ ପାଇଁ ଓଡିଶାର ସ୍ୱାସ୍ଥ୍ୟ ସୁବିଧା ଚିତ୍ର ଦେଖାଉଛି ।
ଅଧିକାଂଶ ଜିଲ୍ଲା ଡାକ୍ତରଖାନାରେ ଡାକ୍ତରଙ୍କ ପଦବୀ ଖାଲି ପଡିଛି। ଏଣୁ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଚିନ୍ତା କରିବା ଏବଂ ଏହାର ସଠିକ୍ କାର୍ଯ୍ୟକାରିତା ଉପରେ ପରାମର୍ଶ ଦେବା ଭଲ।