ବିବାହ ର ଠିକ୍ ଚାରି ବର୍ଷ ପରେ ଦୁଇ ଜଣଙ୍କ ମଝିରେ ଆସେ ଆଉ ଏକ ନୂଆ କୁନି ଜୀବନ। କେମିତି ଆରମ୍ଭ ହୋଇଥିଲା ଦୁଇ ନୀଷ୍ପାପ୍ ମନ ର ମିଳନ ତାହା ଖୁସିରେ ଖୁସିରେ ଦୁହେଁ ବାଖାଣିଲେ,ବାସ୍ତବ ପ୍ରେମର କେତେ ଯେ କଷ୍ଟ ସହିଛନ୍ତି ଏହି ଦୁଇ ଦିବ୍ୟାଙ୍ଗ। ଆଲୋକଙ୍କ ଘର ଜଗସିଂହପୁର ଜିଲ୍ଲା ଓଲାବଳ ଗ୍ରାମରେ। ହେଲେ ଆଲୋକ ଓ ସସ୍ମିତାଙ୍କ ପ୍ରେମ ବିବାହକୁ ଆଜି ପର୍ଯ୍ୟନ୍ତ ଆଳୋକଙ୍କ ପରିବାର ଲୋକେ ଦେଇ ନାହାଁନ୍ତି ଶିକୃତି,ଏମିତି କିଛି ବାସ୍ତବର ପ୍ରେମ କାହାଣୀ ଦୁହେଁ ବାଖାନୁ ବଖାନୁ ଦୁହେଙ୍କ ଆଖିରେ ଲୁହ ଛଳ ଛଳ ହୋଇଯାଉଥିଲା,କୋହ ଭରା କଣ୍ଠରେ କୁହନ୍ତି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ
ପ୍ରେମରେ ନ ଥାଏ ଜାତି ଧର୍ମ, ,ପ୍ରେମ ସବୁ ସମୟରେ ପବିତ୍ର ର ଏକ ଆଖ୍ୟା,ଏହି ଦୁଇ ଦିବ୍ୟାଙ୍ଗ ଆଜି କାଲିର ଯୁବ ପୀଢ଼ି ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଦିବ୍ୟଙ୍ଗ ମାନଙ୍କ ପ୍ରତି ଆଜି ସମାଜରେ ରହୁ ନଥିବା ଗୁରୁତ୍ଵ, ଭେଦ ଭାବ ତାହା ଆଜି ତୁଚ୍ଛ ପ୍ରମାଣିତ କରିଛନ୍ତି ଆଲୋକ। ସସ୍ମିତାଙ୍କୁ ଗ୍ରହଣ କରି ସେ ଯୋଡ଼ିଛନ୍ତି ଆଉ ଏକ ଦୁଃଖୀ ନିସ୍ପାପ ପରିବାର। ଆଲୋକ କୁହନ୍ତି ତାମିଲନାଡୁରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଅବସ୍ଥାରେ ତାଙ୍କ ଡାହାଣ ହାତର ତିନୋଟି ଆଙ୍ଗୁଠି କଟି ଯାଇଥିଲା ସେ ପାଲଟିଥିଲେ ଦିବ୍ୟଙ୍ଗ। ସସ୍ମିତାଙ୍କ ମା କୁହନ୍ତି ମୋର ତିନୋଟି ଝିଅ ହେଲେ ବି ସବୁଠୁ ଗେହ୍ଲା ମୋର ଝିଅ ସସ୍ମିତା, ଆମେ ଭାବି ବି ନଥିଲୁ ସସ୍ମିତା ର ହାତ କିଏ ବା ଧରିବ କିନ୍ତୁ ତାହା ପ୍ରମାଣ କରି ଦେଖେଇଲେ ଆଲୋକ,ସେବେ ଠାରୁ ଆଲୋକଙ୍କୁ ମୁଁ ମୋର ପୁଅ ବୋଲି ଭାବେ।
ଅଧିକ ପଢନ୍ତୁ: ପ୍ରେମି ଯୁଗଳଙ୍କ ପଡ଼ିଲା ହାତଗଣ୍ଠି
ସସ୍ମିତାଙ୍କ ଘରେ ରୁହନ୍ତି ବିବହା ଦିନ ଠୁଁ ଆଲୋକ। କେବେ ଗ୍ରହଣ କରିବେ ସସ୍ମିତା ଙ୍କୁ ତାଙ୍କ ଶାଶୁ ଓ ଶଶୁର। ଆଲୋକ କୁହନ୍ତି ଆମର ଏହି ପିଲାଟି ଜନ୍ମ ପରେ ମୋ ବାପ ଓ ମାଙ୍କ ମନ ବଦଳିଛି। ସସ୍ମିତାଙ୍କ ହାତ ଧରିବା ପରେ ବେଶ୍ ଖୁସିରେ ରହୁଛନ୍ତି ଦୁଇ ଦିବ୍ୟଙ୍ଗ ଦମ୍ପତି। ଆଲୋକ ବି ଜଣେ ରାଜ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି ଓ ପରିବାର ପ୍ରତି ପୋଷଣ କରନ୍ତି। ହେଲେ ତାଙ୍କର ଏଭଳି ଅଭାବ ଆଣି ଦେଇନି ତାଙ୍କ ଦାମ୍ପତ୍ୟ ଜୀବନ ଭିତରେ କୌଣସି ସମସ୍ୟା,ହସି ଖେଳି ଆଗେଇ ଚାଲିଛି ତାଙ୍କ ଜୀବନ ଯାତ୍ରା। ପ୍ରେମ ଯେ ଚିରନ୍ତନ ସତ୍ୟ ପ୍ରେମ ଯେ ଏକ ପବିତ୍ର ବନ୍ଧନ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଦିବ୍ୟଙ୍ଗ ଦମ୍ପତି ଆଲୋକ ଓ ସସ୍ମିତା।