ଅଧିକ ପଢନ୍ତୁ ଓଡ଼ିଶା ଖବର
ଠିକ ସେହିଭଳି ଖଣ୍ଡଗିରି ଥାନା ଆଗରେ ଆଜି ସକାଳେ ଆତଙ୍କ ଖେଲାଇଛନ୍ତି ୨ ଦୁର୍ବୁତ୍ତ । ବାଇକରେ ଆସିଲେ କେହି କିଛି ବୁଝିବା ଆଗରୁ ଜଣେ ଯୁବକଙ୍କୁ ହାଣି ଲହୁ ଲୁହାଣ କରିଥିଲେ । ଚା ପିଉଥିବା ବେଳେ ଜଣେ ଯୁବକଙ୍କୁ ଦୁଇ ଦୁର୍ବୁତ୍ତ ଖଣ୍ଡାରେ ହାଣି ଘଟଣା ସ୍ଥଳରୁ ଫେରାର ହୋଇଥିଲେ । ଆହତ ଯୁବକ ଜଣଙ୍କ ଖଣ୍ଡଗିରିର ନବଘନ ପାଟଶାଣୀ ହୋଇଥିବା ବେଳେ ଖଣ୍ଡଗିରି ପୋଲିସ ଘଟଣାର ତଦଣ୍ଡ ଆରମ୍ଭ କରିଛି । ସେପଟେ ନୁଆଁ ଗାଁ ଛକରେ ଘଟିଥିବା ଅପରାଧର ସବୁ କାରନାମା କଏଦ ହୋଇଛି ସିସିଟିଭିରେ । ଆଉ ସିସିଟିଭି ଭିଜୁଆଲକୁ ଆଧାର କରି ଘଟଣାର ଖୋଳତାଡ ଆରମ୍ଭ କରିଛି ଭରତପୁର ଥାନା ପୋଲିସ । ଏହି ଘଟଣାରେ ଏବେ ଯାଏଁ ୨ଜଣଙ୍କୁ କାବୁ କରିଥିବା ବେଳେ ବାକି ଦୁର୍ବୁତ୍ତଙ୍କୁ କାବୁ କରିବାକୁ ଫୁଲ ଦମରେ ଚେଷ୍ଟା କରାଯାଉଛି ବୋଲି ପୋଲିସ୍ କହିଛି ।
ଅନ୍ୟପଟେ ଖଣ୍ଡଗିରି ଥାନା ସାମନାରେ ହୋଇଥବା ଆକ୍ରମଣକୁ ନେଇ ଥାନା ରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ୍ ନିଜ ଆଡୁ ଆହତ ଯୁବକଙ୍କୁ ପଚାର ଉଚୁରା କରି ତଦନ୍ତ ଚଳାଇଛି ବୋଲି କହିଛନ୍ତି ଜୋନ ACP । ଛକ ଛକ ଲାଗିଛି ପୋଷ୍ଟର ଓ ଟୋଲ ଫ୍ରି ନମ୍ବର । ଦାଦା ବଟିକୁ ନାଁ କହି କମିଶନ ପୋଲିସ ଆରମ୍ଭ କରିଥିଲା ସ୍ପେସିଆଲ ଡ୍ରାଇଭ । ବସ ଠୁ ନେଇ ଟ୍ରକ ଯାଏଁ ସବୁଠି ମରାଯାଇଛି ଏକ ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବର । ହେଲେ କିଛି ଦିନର ବ୍ୟବଧାନ ପରେ ଦୁର୍ବୁତ୍ତଙ୍କ ଏଭଳି ଉତ୍ପାତ । କମିସନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ।