ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ବିଭୂତି ବଳବନ୍ତରାୟଙ୍କ ଟିକେଟ୍ ଘୋଷଣା । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀ ମିଶ୍ର ସାଂସଦ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି ବିଭୂତି । ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିପାଟଣା ବ୍ଲକ ବନମାଳିପୁର ତ୍ରିବେଣୀ ମହୋତ୍ସବରେ ଅତିଥି ଭାବେ ଯୋଗଦେଇ ସେ ଏକଥା କହିଛନ୍ତି । ଏଠି ପ୍ରଶ୍ନ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ୍ ଘୋଷଣା କରିନଥିବା ବେଳେ ବିଭୂତି କେମିତି କଲେ ଟିକେଟ୍ ଘୋଷଣା ? ।... ରାଜ୍ୟ ସଭାପତିଙ୍କ ଘୋଷଣା ପୂର୍ବରୁ ଜିଲ୍ଲା ସଭାପତିଙ୍କ ଘୋଷଣାକୁ ନେଇ ଉଠିଲା ପ୍ରଶ୍ନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନିଜ ନିଜ ମୁଦ୍ଦାକୁ ନେଇ ଲୋକଙ୍କ ନିକଟରେ ପହଞ୍ଚି ମନ ଜିତିବାକୁ ପ୍ରୟାସ କରିଛନ୍ତି । 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଏବଂ 35 ବିଧାନସଭା ଆସନ ପାଇଁ ହେବ ଭୋଟିଂ ।
9162ଟି ମତଦାନ କେନ୍ଦ୍ରରେ ଭୋଟ ଦେବେ 79 ଲକ୍ଷ 69 ହଜାର ଭୋଟର । ନିର୍ବାଚନକୁ ଅବାଧ ନିରପେକ୍ଷ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଫ୍ଲାଇଙ୍ଗ ସ୍କ୍ବାଡ ସହ ବ୍ୟାପକ ପୋଲିସ ମୁତୟନ ହେବେ । ନିୟୋଜିତ ହେବେ 102 କମ୍ପାନୀ ସୁରକ୍ଷା ବାହିନୀ । 60ଟି ବୁଥରେ ହେବ ଲାଇଭ ଷ୍ଟ୍ରିମିଂ ।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ । ଆଗାମୀ 22 ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତିକରିବାର ସମ୍ଭାବନା ଥିବାବେଳେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ 24ରେ ଅବପାତରେ ପରିଣତ ହେବ l
ଏହା ପ୍ରଭାବରେ 24ରେ ଦକ୍ଷିଣ ଓଡ଼ିଶା ଏବଂ 25ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୧ ତାରିଖ ଯାଏଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱଭାବିକଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାରେ ଉଷ୍ମ ଆଦ୍ର ତାପମାତ୍ରା ପରିଲକ୍ଷିତ ହେବ। ଦିନ ସମୟରେ ଆଦ୍ରତା ଅଧିକ ରହୁଥିବା ହେତୁ ଗୁଳୁଗୁଳି ଅନୁଭୁତ ହେବ । ଦକ୍ଷିଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆଗାମୀ ଦୁଇ ରୁ ତିନି ଦିନ ଯାଏଁ କାଳବୈଶାଖୀ ର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍ରେ ଆର୍ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜନ କରିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ସିଏସ୍କେକୁ ୧୯୧ ରନ୍ରେ ରୋକି ବିଦାୟ ରାସ୍ତା ଦେଖାଇଛି ଆର୍ସିବି । ଉଭୟ ଦଳ ୧୪ ପଏଣ୍ଟରେ ପହଞ୍ଚି ଯିବାରୁ ଉନ୍ନତ ଏନ୍ଆର୍ଆର୍ ବଳରେ ଆର୍ସିବି ପ୍ଲେଅଫ୍ର ଚତୁର୍ଥ ସ୍ଥାନ ଦଖଲ କରି ନେଇଛି । ସିଏସ୍କେକୁ ବିଜୟ ପାଇଁ ୨୧୯ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ୨୦୧ ରନ୍ ଦରକାର ଥିଲା। ଶେଷ ଦୁଇ ଓଭରରୁ ୩୫ ରନ୍ ଲୋଡ଼ା ପଡ଼ିବା ପରେ ଧୋନି-ଜାଡ଼େଜା ଯୋଡ଼ି ୧୯ତମ ଓଭରରୁ ୧୮ ରନ୍ ଆଦାୟ କରିଥିଲେ।
୨୦ତମ ଓଭର ପ୍ରଥମ ବଲ୍କୁ ଧୋନି ୧୧୦ ମିଟରର ଲମ୍ବା ଛକା ମାରିଥିଲେ ମଧ୍ୟ ପରବର୍ତ୍ତୀ ବଲ୍ରେ ଆଉଟ୍ ହୋଇଥିଲେ । ୟଶ ଦୟାଲ ଶେଷ ୪ ବଲ୍ରେ ମାତ୍ର ଗୋଟିଏ ରନ୍ ଦେଇ ବାଜି ଓଲଟାଇ ଦେଇଥିଲେ । ବିଜେତା ସିଏସ୍କେର ବିଦାୟ ସହ ମହେନ୍ଦ୍ର ସିଂହ ଧୋନିଙ୍କ ଆଇପିଏଲ୍ ଜୀବନ ଶେଷ ହୋଇଯାଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ ଖେଳ ଖବର: