ଅର୍ଗସ ବ୍ୟୁରୋ : ରାଜ୍ୟରେ ପୁଣି 179 କରୋନା ପଜିଟିଭ୍ ଚିହ୍ନଟ। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 150 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 29 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 27, ଅନୁଗୁଳରୁ 6, ନବରଙ୍ଗପୁରରୁ 1, ଜଗତସିଂହପୁରରୁ 4, କଟକରୁ 15, ବରଗଡ଼ରୁ 2, ଭଦ୍ରକରୁ 5, ଯାଜପୁରରୁ 3, ମାଲକାନାଗିରିରୁ 2, ରାୟଗଡ଼ାରୁ 5, କେଉଁଝରରୁ 18, ଦେବଗଡ଼ରୁ 1, ଗଞ୍ଜାମରୁ 57, କେନ୍ଦ୍ରାପଡ଼ାରୁ 5, ମୟୁରଭଞ୍ଜରୁ 10, ଏନଡିଆରଏଫରୁ 18 ଜଣ।
ଏଯାଏଁ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4856ରେ ପହଞ୍ଚିଥିବା ବେଳେ 3297 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ଏଯାଏଁ 1543ଟି ଆକ୍ଟିଭ୍ କେସ୍ ରହିଛି। ସେପଟେ ରାଜ୍ୟରେ ଏବେ ସୁଦ୍ଧା 219774 ନମୁନା ପରୀକ୍ଷଣ ହୋଇଛି।
