ଅନ୍ୟପଟେ ଚର୍ଚ୍ଚାରେ ଡିଇଓଙ୍କ ହାତଲେଖା ପ୍ରତିଶ୍ରୁତି । ଘଟଣାରେ କେବଳ ମୁଁ ଅଛି । ଚାଷୀଙ୍କ ଟଙ୍କା ଫେରସ୍ତ କରିବାକୁ ଏହି ଚିଠିରେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ଡିଇଓ । ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଧାନ ବିକ୍ରି କରିଥିବା ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି ଚାଷୀ ନେତ୍ରୀ । ଅପରପକ୍ଷେ ସମବାୟ ବିଭାଗର ମନ୍ତ୍ରୀଙ୍କ ସହ ଆଲୋଚନା କରି ଚାଷୀଙ୍କୁ ନ୍ୟାୟ ପ୍ରଦାନ କରାଯିବ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । କମସରା ପ୍ୟାକସରେ ଧାନ ବିକ୍ରି କରିଥିବା ପ୍ରାୟ ୨୦ ଜଣ ଚାଷୀ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପାଇନାହାନ୍ତି । ଅଭିଯୋଗକାରୀ ଚାଷୀଙ୍କୁ ନକଲି ଚାଷୀ କହି ଖସି ପଳାଇବାକୁ ଚେଷ୍ଟା ଚଳାଇଛନ୍ତି ଦୁର୍ନୀତିଗ୍ରସ୍ତ କର୍ମଚାରୀ । ଘଟଣାର ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବା ସହ ଚାଷୀ ପାଇବେ ନ୍ୟାୟ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: