ଗତ ଜୁଲାଇ ୨୭ ତାରିଖରେ ଶଙ୍ଖ ଦେଖିବା ପରେ ଆଠ ଲକ୍ଷ ଟଙ୍କାରେ ଶଙ୍ଖର ଦାମ ମୁଲଚାଲ ହେବା ପରେ ଅଗଷ୍ଟ ୫ ତାରିଖରେ ଆଠ ଲକ୍ଷ ଟଙ୍କା ଦେଇ ସୁନା ଶଙ୍ଖ ନେଇଥିଲେ କିନ୍ତୁ ନୟାଗଡ଼ ଜିଲ୍ଲା ନେଇ ଯାଞ୍ଚ କରି ଜାଣିପାରିଲେ ଯେ ଏହା ସୁନା ଶଙ୍ଖ ନୁହଁ ସେମାନେ ଠକାମୀର ଶିକାର ହୋଇଛନ୍ତି । ଏହାପରେ ଉମରକୋଟ ଥାନାରେ ଏକ ଏତଲା ଦେଲେ । ଉମରକୋଟ ପୋଲିସ୍ ମଧ୍ୟସ୍ଥି ସହ ଜଣେ ଠକ କୁ ଗିରଫ କରିବା ସହ ତାଙ୍କ ନିକଟରୁ ଦୁଇଟି ଶଙ୍ଖ, ଦୁଇଟି ମୋବାଇଲ ଓ ଏକ ଲକ୍ଷ ଟଙ୍କା ଜବତ କରିଛନ୍ତି। ଏହି ମାମଲାରେ ଆହୁରି ଅଧିକ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି।

ନବରଙ୍ଗପୁର: ସୁନା ଶଙ୍ଖ ଠକେଇ ମାମଲାରେ ଦୁଇ ଗିରଫ । ନବରଙ୍ଗପୁର ଜିଲ୍ଲା ଧୋଡ୍ରା ଗ୍ରାମର ଦୁଇ ଜଣ ଅଭିଯୁକ୍ତଙ୍କୁ ସୁନା ଶଙ୍ଖ ଠକେଇ ମାମଲାରେ ଉମରକୋଟ ପୋଲିସ ଗିରଫ କରି ଦୁଇଟି ଶଙ୍ଖ ଓ ଏକ ଲକ୍ଷ ଟଙ୍କା ଜବତ କରିଛି । ଜମିରୁ ସୁନା ଶଙ୍ଖ ମିଳିଛି କହି ନୟାଗଡ଼ ଜିଲ୍ଲାରେ ଆଠ ଲକ୍ଷ ଟଙ୍କାରେ ନକଲି ସୁନା ଶଙ୍ଖ ବିକ୍ରି କରିଥିଲେ । ସୂଚନା ଅନୁଯାୟୀ ଧୋଡ୍ରା ଗ୍ରାମର କିଛି ବ୍ୟକ୍ତି ଚାଷ ଜମିରୁ ସୁନା ଶଙ୍ଖ ମିଳିଛି କହି ନୟାଗଡ଼ ଜିଲ୍ଲା ଓଡଗାଁ ଅଞ୍ଚଳର ଫକୀର ମୋହନ କରଙ୍କ ସହ ଯୋଗାଯୋଗ କରିଥିଲେ ।

ଅର୍ଗସ ବ୍ୟୁରୋ : ଜନଜାତି କ୍ରୀଡ଼ାବିତଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାରେ ‘ଜନଜାତି ଖେଳ ମହୋତ୍ସବ’ ଅନ୍ୟ ଏକ ମାଧ୍ୟମ ହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : 'ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜନଜାତୀୟ ଖେଳ ପରମ୍ପରା ଏବଂ ଜନଜାତି ଯୁବକଙ୍କ ମଧ୍ୟରେ ଖେଳକୁ ଆଗକୁ ନେବା ପାଇଁ ଏହି ଉଦ୍ୟମ ପ୍ରଶଂସନୀୟ । ଜନଜାତୀୟ ଖେଳ ମହୋତ୍ସବରେ ସବୁ ରାଜ୍ୟରୁ ଯୁବକ ଯୁବତୀମାନେ ଅଂଶଗ୍ରହଣ କରିବା ଏକ- ଭାରତ ଶ୍ରେଷ୍ଠ ଭାରତର ପରିକଳ୍ପନାକୁ ଦର୍ଶାଉଛି । ଏଥିରେ ଅଂଶଗ୍ରହଣ କରୁଥିବା ଯୁବ ଶକ୍ତି କେବଳ ଖେଳାଳି ନୁହେଁ ବରଂ ସାଂସ୍କୃତିକ ଆମ୍ବାସେଡର ମଧ୍ୟ । ଓଡ଼ିଶାରେ ଜନଜାତି ସମାଜ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁତ ଗଭୀର ସମ୍ପର୍କ ରହିଛି । ଆମର ଜନଜାତୀୟ ସମାଜ ଖେଳରେ ଅଭୂତପୂର୍ବ ପ୍ରଦର୍ଶନ ଦଖାଇବା ସହ ସବୁବେଳେ ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ରାଷ୍ଟ୍ରୀୟ ଶିକ୍ଷା ନୀତି ଉଭୟ ଖେଳ ଏବଂ ପାଠପଢାକୁ ଗୁରୁତ୍ୱ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋତ୍ସାହନ କାରଣରୁ ହିଁ ଆଜି ଦେଶରେ ‘ଖେଲୋଗେ ତୋ ଖିଲୋଗେ’ ଭଳି ମାହୋଲ ତିଆରି ହୋଇଛି । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ଖେଳର ବହୁତ ବଡ ଆବଶ୍ୟକତା ଅଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ଖେଳ ଓ କୌଶଳ ବିକାଶକୁ ଆଗେଇ ନେବା ଏବଂ ପାଠପଢା ସହ ରୋଜଗାର କରିବା ପାଇଁ ଅନେକ ନୀତି ତିଆରି ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
