ତେବେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନରଏହି ବେପୁରଆ ମନୋଭାବ ଯୋଗୁଁ ସମସ୍ତ ବସ୍ତିବାସିନ୍ଦାଙ୍କ ଦୁର୍ଦ୍ଦଶାଏବେ ବଢ଼ିଯାଇଛି ।ଗରିବ ବସ୍ତିବାସିନ୍ଦାମାନଙ୍କୁ କାମମି ଳୁନଥିବାବେଳେ ଦୋକାନକୁ ସଉଦା ପତ୍ର ଆଣିବାକୁ ଗଲେ ଦୋକାନୀ ସଉଦା ଦେଉନଥିବା ଅଭିଯୋଗ ସେମାନେ କରିଛନ୍ତି । ବିଏମସିର ବେପରୁଆ ମନୋଭାବ ୪୫ ଜଣ ବସ୍ତିବାସିନ୍ଦାଙ୍କୁ ଦୋ-ଛୋକିରେ ଛିଡ଼ା କରିଛି । ତେଣୁଏହି କଷ୍ଟକର ସମୟରେ ରାଜ୍ୟସରକାର ହରିପୁର ବସ୍ତିବାସିନ୍ଦାଙ୍କ ରକ୍ଷଣବେକ୍ଷଣ କରିବା ସହ ଭରଣପୋଷଣର ଦାୟିତ୍ୱନେବାକୁ ସେ ଦାବୀ କରିଛନ୍ତି ।ସେ କହିଛନ୍ତି ସାଧାରଣ ବା ଗରିବ ଲୋକ କୋଭିଡ୍ କଟକଣାକୁ ନମାନିଲେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ମାତ୍ର ଏଭଳି ସମ୍ବେଦନଶୀଳ ଘଟଣାରେ ବିଏମସିର ଅପାରଗତା ପରେ ମଧ୍ୟ ଭୁଲ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କଣ ପାଇଁ ନିଆଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏହି ଘଟଣାରେ ସାମିଲ ଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବୀ କରିଛନ୍ତି ଶ୍ରୀସିଂହ । ଅପରପକ୍ଷରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଗଣମାଧ୍ୟମକୁ ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଭୁଲ ହୋଇ ଯାଇଥିବା କହି ନିଜ ଦୋଷରୁ ପଳାଇ ଯିବାକୁଚେଷ୍ଟା କରୁଛନ୍ତି । ପ୍ରେମଚନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯାଉଛି । ଯଦି କୋଭିଡ୍ ପରିଚାଳନାରେ ଭୁଲ ହୋଇଯାଇଛି ତେବେ ଖୋଦ୍ ପ୍ରେମ ଚନ୍ଦ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ କି ? ବସ୍ତିବାସିନ୍ଦାଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖ ବୁଝିଥିଲେ କି ? କେବଳ ଗଣମାଧ୍ୟମରେ ଭୁଲହୋଇ ମୁଣ୍ଡରୁ ଦୋଷ ହଟାଇବା କହିଲେ ହେବ ନାହିଁ ସେହି ଗରିବ ଲୋକଙ୍କର ଦାୟିତ୍ୱ ନେବା ପାଇଁ ମଧ୍ୟ ପଡ଼ିବ ବୋଲି କହିଛନ୍ତି ଶ୍ରୀ ସିଂହ କହିଛନ୍ତି ।
ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦେଖାଦେଲାଣି । ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତଶାହାଙ୍କର ପରାମର୍ଶ ନେବା ସହିତ ରାଜ୍ୟ ସରକାର ଯଥାଶୀଘ୍ର କେନ୍ଦ୍ରଗୃହମନ୍ତ୍ରଣାଳୟକୁ ପତ୍ରଲେଖି ଦିଲ୍ଲୀରେ ଯେପରି ସହରାଞ୍ଚଳରେ କରୋନାର ମୁକାବିଲା କରାଯାଇଛି ସେହିପରି ଓଡ଼ିଶାର ଭୁବନେଶ୍ୱରକୁ ଏଥିରେ ସାମିଲ କରିବା ପାଇଁ ପୁନର୍ବାର ବିଜେପି ପକ୍ଷରୁ ଅନୁରୋଧ କରାଯାଉଛି । ଏ ନେଇ ଦଳ କିଛି ଦିନ ପୂର୍ବରୁ ମଧ୍ୟ ସରକାରଙ୍କ ନିକଟରେ ଦାବୀ ରଖିଥିଲା ବୋଲି ସେ ମତପୋଷଣ କରିଛନ୍ତି ।